କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁରେ ବଟି ଆଦାୟ ଅଭିଯୋଗ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଜେପି ଏମଏଲସି ଏ.ଏଚ ବିଶ୍ୱନାଥ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ପୁଅ ବିରୋଧରେ ଅବିଯୋଗ ଆଣିଛନ୍ତି। ସେ କହିଛନ୍ତି ବିଓ୍ୱାଇ ବିଜେୟେନ୍ଦ୍ର ଓ ତାଙ୍କ ସାଙ୍ଗମାନେ ଚାନ୍ଦା ଉଠାଉ ଦିଲ୍ଲୀକୁ ଟଙ୍କା ପଠାଉଛନ୍ତି। ହେଲେ କାହାକୁ ଓ କେଉଁ କାରଣ ପାଇଁ ଟଙ୍କା ପଠାଯାଉଛି ସେ ନେଇ ବିଶ୍ୱନାଥ କିଛି ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ନିକଟରେ ଜଳ ସେଚନ ପ୍ରକଳ୍ପ ପାଇଁ ୨୦ ହଜାର କୋଟିର ଏକ ଠିକା କାମ ପାଇଁ ଟେଣ୍ଡର ଡକାଯାଇ ନାହିଁ ବୋଲି ସେ କହିଛନ୍ତି।

ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କର୍ଣ୍ଣାଟକ ଗସ୍ତରେ ଥିବା ବେଳେ ବିଶ୍ୱନାଥ ତାଙ୍କୁ ଭେଟିଥିଲେ। ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ବୟସକୁ ଦେଖିବାର ଆବଶ୍ୟକ ରହିଛି। ସରକାର ଚଳାଇବା ପାଇଁ ଯେଉଁଭଳି ଉତ୍ସାହ ରହିବା କଥା ଏବେ ତାହା ତାଙ୍କ ପାଖରେ ନଥିବାରୁ ସରକାର ଠିକ୍ ଭାବେ ଚାଲି ପାରୁ ନାହିଁ। ଯାହାର ପରିଣାମ ସ୍ୱରୂପ ତାଙ୍କ ପରିବାର ହସ୍ତକ୍ଷେପ କରିବାରୁ ସରକାର ଚଳାଇବା ପ୍ରକ୍ରିୟାକୁ ଖରାପ ହେଉଛି। ସେଥିପାଇଁ ଜନମତ ସରକାର ବିରୋଧରେ ରହିଛି ବୋଲି ବିଶ୍ୱନାଥ କହିଥିବା ସୂଚନା ଦେଇଛନ୍ତି।

କର୍ଣ୍ଣାଟକର ମନ୍ତ୍ରୀ ବି ଶ୍ରୀରାମୁଲୁ ଏ ସମ୍ପର୍କରେ କହିଛନ୍ତି ବିଶ୍ୱନାଥଙ୍କ ଅଭିଯୋଗର ସତ୍ୟତା ନାହିଁ। ତାଙ୍କ ମତ ବ୍ୟକ୍ତିଗତ। ହେଲେ କଂଗ୍ରେସ ରାଜ୍ୟରେ ସରକାର ଭାଙ୍ଗିବାକୁ ଯାଇ ଷଡ଼ଯନ୍ତ୍ର କରୁଛି। ସେ ଅରୁଣ ସିଂହଙ୍କ ସହ କଥା ହୋଇ ଏହାର ପ୍ରମାଣ ଦେଇଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.