କର୍ଣ୍ଣାଟକରେ ଲାଗୁହେବ ୧୪ ଦିନିଆ ଲକଡାଉନ

ବେଙ୍ଗାଲୁରୁ : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ କର୍ଣ୍ଣାଟକ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ରାତିରୁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ। ଏହି କଟକଣା ୧୪ ଦିନ ବଳବତ୍ତର ରହିବ।

ଖବର ଅନୁଯାୟୀ ରବିବାର କର୍ଣ୍ଣାଟକରେ ୩୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ଦୃଷ୍ଟିରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ହୋଇଛି ଆସନ୍ତାକାଲି ରାତି ୯ଟାରୁ ରାଜ୍ୟରେ ୧୪ ଦିନ ପାଇଁ ଲକଡାଉନ ଲାଗୁ ହେବ। ପ୍ରତିଦିନ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଦୋକାନ ଗୁଡ଼ିକ ଲୋକଙ୍କ ପାଇଁ ଖୋଲିବ। ଲକଡାଉନ ସମୟରେ କୌଣସି ସାଧାରଣ ପରିବହନକୁ ଅନୁମତି ମିଳିବ ନାହିଁ। ସରକାରୀ ବସ୍‌ ଓ ମେଟ୍ରୋ ସେବା ବନ୍ଦ ରହିବ। କେବଳ ବିଭିନ୍ନ ରାଜ୍ୟକୁ ଯାଉଥିବା ମାଲ ପରିବହନ ଗାଡ଼ିଗୁଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ। ସେହିପରି ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ଓ ମଦର ହୋମ ଡେଲିଭରୀ ହୋଇପାରିବ। ନିର୍ମାଣ ଓ କୃଷି କ୍ଷେତ୍ର କାମକୁ ଲକଡାଉନରୁ ବାଦ ଦିଆଯାଇଛି। ବାହାର ରାଜ୍ୟକୁ ଜରୁରୀ କାମ ନଥିଲେ ଯିବା ପାଇଁ ଅନୁମତି ମିଳିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button