କରୋନା ଆକ୍ରାନ୍ତ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ନୟାଗଡ଼ : ରଣପୁର ଥାନା ବେଗୁନିଆ ପାଟଣା ଗାଁର ଏକ ଦମ୍ପତ୍ତି ୪ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଗୃହ ସଂଘରୋଧରେ ଥିଲେ। ତାଙ୍କର ଏକମାତ୍ର ପୁଅ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ପୁରୀରେ ଚିକିତ୍ସାଧୀନ ଅଛନ୍ତି। ଏହି ଦମ୍ପତ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି।

ଖବର ଅନୁଯାୟୀ ପରିବାରର ସମସ୍ତେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେମାନେ ମାନସିକ ଚାପରେ ଥିଲେ। ସେଥିପାଇଁ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି। କାରଣ କରୋନାରେ ଆକ୍ରାନ୍ତ ହୋବାରୁ ଭୟଭୀତ ହୋଇ ସେମାନେ ଏପରି ଚରମ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ଲୋକେ କହୁଛନ୍ତି। ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଅଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button