କରୋନା : ଆୟୁର୍ବେଦିକ ଔଷଧ କ୍ଲିନିକାଲ ଟ୍ରାଏଲର ଫଳାଫଳ ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ : କରୋନା ସଙ୍କଟ ସମୟରେ ଭାରତୀୟ ଆୟୁର୍ବେଦ ପଦ୍ଧତି ଆଶା ସଂଚାର କରିଛି। ଦେଶର ୩ଟି ହସ୍ପିଟାଲରେ ଆୟୁର୍ବେଦ ଔଷଧର କ୍ଲିନିକଲ ଟ୍ରାଏଲରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଫଳାଫଳ। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧ ବହୁତ ଭଲ ପ୍ରଭାବ ପକାଉଛି। କୋରିବଲ ଲାଇଫ୍‌ ସାଇନ୍ସର ‘ଇମ୍ୟୁନୋଫ୍ରି’ ଓ ବାୟୋଗେଟିକାର ‘ରେଗିନମ୍ୟୁନ୍‌’ ନାମକ ଔଷଧର ପ୍ରଭାବ ଭଲ ରହିଛି। ଏହାଛଡା ସି ରିଏକ୍ଟିଭ୍‌ ପ୍ରୋଟିନ୍‌ , ପ୍ରୋଲିସିଟୋନିନ୍, ଡି ଡିମର ଓ ଆରଟି-ପିସିଆର ଭଳି ଅନେକ ପରୀକ୍ଷଣ ପାରମ୍ପରିକ ତୁଳନାରେ ପ୍ରାକୃତିକ ଉପଚାର ପାଇଁ ୨୦ରୁ୬୦ ପ୍ରତିଶତ ସୁଧାର ଆଣିପାରିଛି। ଶରୀରର ଯନ୍ତ୍ରଣା ଓ କ୍ଲାନ୍ତ ଭଳି ଲକ୍ଷଣ ଉପରେ ଏହି ପ୍ରାକୃତିକ ଉପଚାର ଫଳପ୍ରଦ ସାବ୍ୟସ୍ତ ହେଉଛି।

ତୁଳନାତ୍ମକ ଭାବେ କୁହାଗଲେ ପ୍ରାକୃତିକ ଚିକିତ୍ସା ନେଉଥିବା ୮୬.୬୬ ପ୍ରତିଶତ ରୋଗୀଙ୍କ କରୋନା ରିପୋର୍ଟ ୫ଦିନରେ ନେଗେଟିଭ୍‌ ଆସିଛି। ପାରମ୍ପରିକ ଉପଚାର ନେଉଥିବା ରୋଗୀଙ୍କ ମଧ୍ୟରେ ରହିଛି ଏହା ୬୦ ପ୍ରତିଶତ। ୧୦ମ ଦିନର ପରୀକ୍ଷଣରେ ସବୁ ରୋଗୀ ନେଗେଟିଭ୍ ହୋଇଥିଲେ।

‘ଇମ୍ୟୁନୋଫ୍ରି’ ଓ ‘ରେଗିନମ୍ୟୁନ୍‌’କୁ ନେଇ ଭାରତର ୩ଟି ହସ୍ପିଟାଲରେ ଅଧ୍ୟୟନ କରାଯାଉଛି। ସିଟିଆରଆଇ ଦ୍ୱାରା ଅନୁମୋଦିତ ଏହି ପରୀକ୍ଷଣ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମର ସରକାରୀ ମେଡିକଲ ହସ୍ପିଟାଲ, ଗୁଜରାଟ ବଡୋଦରାର ପାରୁଲ ଲେବାଶ୍ରମ ହସ୍ପିଟାଲ ଓ ମହାରାଷ୍ଟ୍ର ପୁଣେର ଲୋକମାନ୍ୟ ହସ୍ପିଟାଲରେ କୋଭିଡ-୧୯ ରୋଗୀଙ୍କ ଉପରେ କରାଯାଉଛି।

ମତାମତ ଦିଅନ୍ତୁ ।