କରୋନା ଭୟ : ୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : କୋରୋନା ଭୟରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ଡାନ୍ତେ ୱାଡ଼ା ଜିଲ୍ଲାର ୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଓ ୨ ଜଣ ରହିଥିବା ବେଳେ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ରହିଥିବା ଜଣାପଡିଛି। ସେଥିପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ମାଓବାଦୀଙ୍କ ମିଟିଂରେ ସାମିଲ ନହେବାକୁ ଏସ ପି ଅଭିଷେକ ପଲ୍ଲବ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ମାଓ ସଙ୍ଗଠନରେ ଏବେ କରୋନା ଆତଙ୍କ ଦେଖାଦେଇଛି। ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ଥିବାବେଳେ ୧୦ରୁ ୨୦ ଜଣ ପ୍ରାଣ ମଧ୍ୟ ହରାଇଥିବା ଦାନ୍ତେଓ୍ୱାଡା ଏସପି ନିକଟରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button