କରୋନା ଭୟ : ଗ୍ରାମବାସୀ ଆସିଲେନି, ପତ୍ନୀଙ୍କ ଶବ ସାଇକେଲରେ ବୋହିଲେ ସ୍ଵାମୀ

ଜୌନପୁର : କରୋନା ସନ୍ଧେହରେ ଗାଁ ଲୋକେ ପାଖକୁ ଆସିଲେନି। ଅନ୍ତିମ ସଂସ୍କାର ପାଇଁ ସୃଷ୍ଟି କରାଗଲା ପ୍ରତିବନ୍ଧକ। ଏଭଳି ପରିସ୍ଥିତିରେ ପତ୍ନୀଙ୍କ ମୃତଦେହକୁ ସାଇକେଲରେ ବୋହି ବୃଦ୍ଧ ଜଣକ ଦୀର୍ଘ ସମୟ ଏଣେତେଣେ ବୁଲିଥିଲେ। ପରେ ପୋଲିସ ଶବ ସତ୍କାର କରାଇଛି। ଏହି ଘଟଣା ଥିଲା। ଉତ୍ତର ପ୍ରଦେଶ ଜୌନପୁରରୁ ଅଞ୍ଚଳରେ ଘଟିଥିବା ଜଣାପଡିଛି।

କରୋନା ଭୟରେ ଏବେ ହଜିଯାଇଛି ଅମାନବିକତା। ଏହି ସମୟରେ ଯାହାର ମୃତ୍ୟୁ ହେଉଛି ଲୋକେ ଭାବୁଛନ୍ତି କରୋନା ହୋଇଥିଲା। ତେଣୁ କେହି ପାଖ ମଦୁନାହାନ୍ତି। ଏହିପରି ଏକ ଘଟଣା ପ୍ରଦେଶ ଜୌନପୁରରୁ ଅଞ୍ଚଳରେ ଏପ୍ରିଲ ୨୭ ତାରିଖର ଘଟିଛି। ଖବର ଅନୁଯାୟୀ ଅମ୍ବରପୁରରେ ରହୁଥିବା ତିଲକଧାରୀ ସିଂହଙ୍କ ପତ୍ନୀ ରାଜକୁମାରୀ ବହୁ ଦିନରୁ ଅସୁସ୍ଥ ଥିଲେ। ସୋମବାର ହଠାତ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ସ୍ୱାମୀ ତିଲକଧାରୀ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲରେ ବେଡ଼ ମିଳିଲାନି। ଉପଯୁକ୍ତ ଚିକିତ୍ସା ଅଭାବରୁ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।

ତିଲକଧାରୀ ଆମ୍ବୁଲାନ୍ସରେ ପତ୍ନୀଙ୍କ ଶବ ନେଇ ଅପରାହ୍ନରେ ଘରେ ପହଞ୍ଚିଲେ। କିନ୍ତୁ କରୋନାରେ ମୃତ୍ୟୁ ହୋଇଥିବା କହି ଗ୍ରାମବାସୀ ଆସିଲେନି। ଶବକୁ ମିଳିଲାନି ଚାରିକାନ୍ଧ। ଶବର ସ୍ଥିତି ଖରାପ ହେବାକୁ ଲାଗିବାରୁ ତିଲକଧାରୀ ସାଇକେଲରେ ଲଦି ଏକା ନଦୀ କୂଳକୁ ସତ୍କାର ପାଇଁ ନେଇଥିଲେ। ସେଠାରେ ସୃଷ୍ଟିହେଲା ପ୍ରତିବନ୍ଧକ। ଗ୍ରାମବାସୀ ତାଙ୍କୁ ବାରଣ କରିଥିଲେ। ଏ ଖବର ସ୍ଥାନୀୟ ଥାନାରେ ପହଞ୍ଚିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୁଣି ଘରକୁ ଆଣିଥିଲା। ଆଉ ସମସ୍ତ ସଂସ୍କାର ସାମଗ୍ରୀ ଆଣି ସମ୍ମାନର ସହ ଜୌନପୁର ସ୍ଥିତ ରାମଘାଟରେ ଅନ୍ତିମ ସଂସ୍କାର କରାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button