କରୋନା ଭୟରେ ମହାରାଷ୍ଟ୍ର ଛାଡୁଛନ୍ତି ପ୍ରବାସୀ, ସ୍ୱତନ୍ତ୍ର ଟ୍ରେନ ଚଳାଇବ ରେଳବାଇ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ରାଜ୍ୟ ଉପରେ ପ୍ରଭାବ ପକାଇଛି। ଏହାକୁ ରୋକିବା ପାଇଁ ସରକାର କଟକଣାକୁ କଡ଼ାକଡି କରିଛନ୍ତି। ଏହାକୁ ଦେଖିବା ପରେ ଆଗକୁ ଲକଡାଉନ୍‌ ଆଶଙ୍କା କରି ପ୍ରବାସୀ ଶ୍ରମିକ ଓ କର୍ମଚାରୀ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେଣି। ଗତବର୍ଷ ଲକଡାଉନ ସମୟର ଦୃଶ୍ୟ ଏବେ ରାସ୍ତାଘାଟରେ ଦେଖାଦେଇଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ଘୋଷଣା କରାଯାଇଛି।

ଖବର ଅନୁଯାୟୀ କେନ୍ଦ୍ରୀୟ ରେଳ ମୁମ୍ବାଇରୁ ଗୋରଖପୁର, ପାଟନା ଓ ଦରଭଙ୍ଗାକୁ ଏବଂ ପୁଣେରୁ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଲାଗି ପଦକ୍ଷେପ ନେଉଥିବା କହିଛି। ଏବେ ମହାରାଷ୍ଟ୍ରରେ ରାତ୍ରିକାଳୀନ କର୍ଫ୍ୟୁ କରାଯାଉଥିବା ବେଳେ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ ଜାରି କରିଛନ୍ତି।

ସେହିପରି ଲୋକେ ଘରକୁ ଫେରିଯିବାକୁ ଚାହୁଁଥିବାରୁ ଗତବର୍ଷ କରୋନା ସମୟରୁ ବନ୍ଦ ରହିଥିବା ଅହମ୍ମଦାବାଦ-ଗୋରଖପୁର ସୁପରଫାଷ୍ଟ ଏକ୍ସପ୍ରେସ୍‌କୁ ଏପ୍ରିଲ ୧୫ରୁ ପୁଣି ଚଳାଚଳ କରିବ ବୋଲି ରେଳବାଇ ଘୋଷଣା କରିଛି। ଏହି ଟ୍ରେନ ସପ୍ତାହକୁ ୨ ଦିନ ଚଲିବ। ଏଥିରେ ୧୬ଟି ବଗି ରହିବ। ଯାତ୍ରୀଙ୍କୁ ରେଳଯାତ୍ରା ପାଇଁ କୋଭିଡ ନିୟମ ପାଳନ କରିବାକୁ ହେବ।

Leave a Reply

Your email address will not be published. Required fields are marked *

Back to top button