Breaking Newsରାଜ୍ୟ
କରୋନା ଡ୍ୟୁଟି ପୂର୍ବରୁ କର୍ମଚାରୀଙ୍କର ହେବ ଟେଷ୍ଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଡ୍ୟୁଟିହୁ ଜୀବ ପୂର୍ବରୁ କର୍ମଚାରୀଙ୍କର ଟେଷ୍ଟ ହେବା ଅନିବାର୍ଯ୍ୟ। ସମ୍ପୃକ୍ତ ଅଞ୍ଚଳର ବିଡିଓ ଏହାର ତଦାରଖ କରିବେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଏନେଇ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣ ବାହାରକୁ ଯାଉଛି। ପ୍ରଶାସନର ନେଉଥିବା ପଦକ୍ଷେପ କାମ ଦେଉନି। ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଆଜି ସୁଦ୍ଧା ଜିଲ୍ଲାରେ ୪୧୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୪୩ ଜଣଙ୍କର ମୃତ୍ୟୁ ହୋଇଛି। ୨୧୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ଏବେ ୧୯୧୭ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।