କରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ

କେନ୍ଦ୍ରାପଡା : କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗରେ ବିଶ୍ୱ ରଞ୍ଜନ ପରିଡା ନାମକ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି।

ଖବର ଅନୁଯାୟୀ ଆଳି ଥାନା ଅନ୍ତର୍ଗତ ପତ୍ରପୁର ଅଞ୍ଚଳରେ ଗତକାଲି ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ସ୍ୱାବ ସଂଗ୍ରହ କରିବାକୁ ଏକ ଟିମକୁ ପଠାଯାଇଥିଲା। ସ୍ୱାବ ସଂଗ୍ରହ ଚାଲୁଥିବା ବେଳେ ବିଶ୍ୱରଞ୍ଜନ ସେଠାରେ ପହଞ୍ଚି କରୋନା ଯୋଦ୍ଧାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଆଉ ବନ୍ଧୁକ ଦେଖାଇ ଧମକ ଦେଇଥିବା କରୋନା ଯୋଦ୍ଧା ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ବିଡ଼ିଓ ଓ ପୋଲିସ ଅଧିକାରୀ ପହଞ୍ଚି ଉକ୍ତ ଯୁବକଙ୍କୁ ଅଟକ ରଖାଯାଇଛି। ଏ ନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ମତାମତ ଦିଅନ୍ତୁ ।