କରୋନା ଲଢେଇ ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତା ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ଭୂତାଣୁର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀଙ୍କ ଉପଲବ୍ଧତାକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିବୃତ୍ତିରେ ଏହା କୁହାଯାଇଛି।

ସୋମବାର ବିବୃତ୍ତିରେ କୁହାଯାଇଛି‌ କରୋନା ଦ୍ୱିତୀୟ ଲହର ସମୟରେ ଉନ୍ନତ ପରିଚାଳନା ପାଇଁ ଡାକ୍ତର, ନର୍ସ ଓ ସହଯୋଗୀ ପ୍ରଫେସନାଲଙ୍କ ସଂଖ୍ୟା ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଅଧ୍ୟାପକଙ୍କ ତତ୍ତ୍ଵାବଧାନରେ କୋଭିଡ ମ୍ୟାନେଜମେଣ୍ଟ ଡ୍ୟୁଟିରେ ମେଡିକାଲ ଇଣ୍ଟର୍ଣ୍ଣମାନଙ୍କୁ ନିୟୋଜିତ କରିବାକୁ ଅନୁମତି ଦିଆଯାଇଛି। ଅନ୍ତିମ ବର୍ଷ ଡାକ୍ତରୀ ଛାତ୍ରଛାତ୍ରୀମାନେ ଟେଲି-ପରାମର୍ଶ ଓ ମୃଦୁ କୋଭିଡ୍ ମାମଲା ଗୁଡ଼ିକର ମନିଟରିଂ ପରି ସେବାଗୁଡିକ ଯୋଗାଇଦେବେ। ଏଥିସହ ବି.ଏସସି/ଜିଏନଏମ ଯୋଗ୍ୟ ନର୍ସମାନେ ବରିଷ୍ଠ ଡାକ୍ତର ଓ ନର୍ସମାନଙ୍କ ତତ୍ତ୍ୱାବଧାନରେ କୋଭିଡ୍-୧୯ ନର୍ସିଂ ଡ୍ୟୁଟିରେ ନିୟୋଜିତ ହେବେ। ଏହି ନିଷ୍ପତ୍ତି କୋଭିଡ୍ ଡ୍ୟୁଟିରେ ନିୟୋଜିତ ଡାକ୍ତରଙ୍କ କାର୍ଯ୍ୟଭାର ହ୍ରାସ କରିବ।

ସମସ୍ତ ଡାକ୍ତରୀ ଛାତ୍ର ତଥା ବୃତ୍ତିଗତ ବ୍ୟକ୍ତି ଯେଉଁମାନେ ଏହିପରି କୋଭିଡ୍ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ହେବେ। ସେମାନଙ୍କ ଟିକାକରଣ କରାଯିବ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ। ଯେଉଁମାନେ ସର୍ବନିମ୍ନ ୧୦୦ଦିନ କୋଭିଡ ସମ୍ବନ୍ଧୀୟ ଡ୍ୟୁଟି କରି‌ବେ ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଶିଷ୍ଟ କୋଭିଡ ନ୍ୟାସନାଲ ସର୍ଭିସ ସାମ୍ମାନ ପ୍ରଦାନ କରାଯିବ।

Leave A Reply

Your email address will not be published.