କରୋନା ଲଢ଼େଇ ପାଇଁ ରେଳବାଇ ଚଳାଇବ ଅମ୍ଲଜାନ ଏକ୍ସପ୍ରେସ

ନୂଆଦିଲ୍ଲୀ : କରୋନା କାଳରେ ଅମ୍ଲଜାନର ଅଧିକ ଆବଶ୍ୟକତା ଥିବାରୁ ଭାରତୀୟ ରେଳବାଇ ଅମ୍ଲଜାନ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଗ୍ରୀନ କରିଡର ମାଧ୍ୟମରେ ଏହି ଏକ୍ସପ୍ରେସ ଚାଲିବ। ଏହି ଟ୍ରେନଗୁଡିକର ଦ୍ରୁତ ଗତି ନିଶ୍ଚିତ କରିବାକୁ ଗ୍ରୀନ କରିଡର ତିଆରି କରାଯାଉଛି।

କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଭାରତୀୟ ରେଳ ସବୁ ପ୍ରକାର ଚେଷ୍ଟା କରୁଛି। ବହୁ ପରିମାଣରେ ଅମ୍ଳଜାନ ରୋଗୀଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ପାଇଁ ଆମେ ଗ୍ରୀନ କରିଡର ବ୍ୟବହାର କରି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଚଳାଇବୁ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ଏକ ଟୁଇଟ୍‌ରେ କହିଛନ୍ତି। ଏହି ଟ୍ରେନରେ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ଓ ଅମ୍ଳଜାନ ସିଲିଣ୍ଡର ପରିବହନ କରାଯିବ।

ସେ କହିଛନ୍ତି କେନ୍ଦ୍ର ସରକାର ଅମ୍ଲଜାନର ଆବଶ୍ୟକତା ପୂରଣ କରିବା ସହ ଆବଶ୍ୟକ ହେଉଥିବା ଶଯ୍ୟାର ଅଭାବକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏନେଇ ଦିଲ୍ଲୀର ଆନନ୍ଦ ବିହାର ଶକୁର ବସ୍ତି ଷ୍ଟେସନରେ ୮୦୦ଶଯ୍ୟା ବିଶିଷ୍ଟ ୫୦ଟି କରୋନା ଆଇସୋଲେସନ କୋଚ୍ ଉପଲବ୍ଧ କରାଯାଇଛି। ରାଜ୍ୟ ଗୁଡିକର ଚାହିଦା ଅନୁଯାୟୀ ରେଳବାଇ ସମଗ୍ର ଦେଶରେ ୩ ଲକ୍ଷ ଆଇସୋଲେସନ ଶଯ୍ୟା ସ୍ଥାପନ କରିପାରିବ।

Leave a Reply

Your email address will not be published. Required fields are marked *

Back to top button