କରୋନା ଲଢ଼େଇରେ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହେବେ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରୋଗୀଙ୍କ ଚିକିତ୍ସାରେ ଏମବିବିଏସ୍‌ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦେଶର କରୋନା ସ୍ଥିତି ଓ ଏହାର ମୁକାବିଲା ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ରବିବାର ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସଂକ୍ରମଣ ବଢ଼ୁଥିବାରୁ ଆବଶ୍ୟକ ମାନବ ସମ୍ବଳ ନଥିବା ବୈଠକରେ ଆଲୋଚନା ହୋଇଥିଲା। ନିଷ୍ପତ୍ତି ହୋଇଥିଲା ମେଡିକାଲ ପାଠ୍ୟକ୍ରମର ଶେଷବର୍ଷର ଶିକ୍ଷାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।

ସୂତ୍ର ଅନୁଯାୟୀ ମେଡିକାଲ ଓ ନର୍ସିଂ ପାଠ୍ୟକ୍ରମରେ ପାସ୍‌ କରିଥିବା ଶିକ୍ଷାର୍ଥୀ ଓ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କରୋନା ଡ୍ୟୁଟିରେ ସାମିଲ କରାଯିବ। ଏନେଇ ବିସ୍ତୃତ ରିପୋର୍ଟ ଆସନ୍ତାକାଲି ପ୍ରକାଶ ପାଇବ। ଯେଉଁମାନେ କୋଭିଡ ଡ୍ୟୁଟି କରୁଛନ୍ତି ସେମାନଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହିତ ପ୍ରୋତ୍ସାହନ ରାଶି ଦିଆଯିବ। ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତର ଓ ନର୍ସଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ସେମାନେ ନିରବଚ୍ଛିନ୍ନ କାମ କରି ଅସହଜ ଅନୁଭବ କରୁଛନ୍ତି। ଏହି କାରଣରୁ ସରକାର ମେଡିକାଲ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ କୋଭିଡ ଚିକିତ୍ସାରେ ସାମିଲ କରିବାକୁ ଚାହୁଁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button