କରୋନା ମୃତକଙ୍କ ଶବଦାହକୁ ଗ୍ରାମବାସୀଙ୍କ ବିରୋଧ

ରାଇରଙ୍ଗପୁର : କରୋନା ମୃତକଙ୍କ ଶବ ଦାହକୁ ଗ୍ରାମବାସୀଙ୍କ ବିରୋଧ। ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଦୁବୁଲାବେଡା ଗ୍ରାମରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଗତକାଲି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁ ବରଣ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ପୌରପାଳିକା ପ୍ରଶାସନକୁ ମୃତଦେହ ହସ୍ତାନ୍ତର କରିବା ପରେ ପୌର ପ୍ରଶାସନ ସତ୍କାର ପାଇଁ ସହର ଉପକଣ୍ଠ ଦୁବୁଲାବେଡା ଜଙ୍ଗଲକୁ ନେଇଥିଲା। କିନ୍ତୁ ଗ୍ରାମବାସୀ ବିରୋଧ କରିବାରୁ ଶବ ଶତ୍କାର ହୋଇପାରି ନଥିଲା। ପରେ ମୃତକଙ୍କ ନିଜସ୍ୱ ଜମିରେ ଶବ ଶତ୍କାର ହୋଇଥିବା ସୂଚନା ମିଳିଛି। ସେହିପରି ଦୁଇଦିନ ତଳେ ଜଣେ କରୋନା ମୃତକଙ୍କ ଶବକୁ ଚମ୍ପାବୁଦା ନିକଟ ଜଙ୍ଗଲରେ ଅଧାପୋଡା କରି ଛାଡିଯାଇଥିଲେ। ଯାହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପୌର ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଶବ ଶତ୍କାର ପାଇଁ କୌଣସି ସ୍ଥାନ ଚିହ୍ନଟ ହୋଇନଥିବାରୁ ଏହି ସମସ୍ୟା ଦେଖାଯାଉଛି।

Leave a Reply

Your email address will not be published. Required fields are marked *

Back to top button