କରୋନା ମୁକାବିଲା : ୧୨ ଓଏଏସଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ଵ

ଭୁବନେଶ୍ଵର : ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବାଢୁଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ।

ମଙ୍ଗଳବାର ସାଧାରଣ ପ୍ରଶାନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସଙ୍କୁ ପଠାଯାଇଛି। ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ଦିଆଯାଇଛି ବଲାଙ୍ଗିର ଜିଲ୍ଲା ଦାୟିତ୍ଵ। ବରଗଡ଼ ଜିଲ୍ଲାକୁ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କରଙ୍କୁ ପଠାଯାଇଥିବା ବେଳେ ସମ୍ୱଲପୁର ଜିଲ୍ଲା ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସ ଯାଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାକୁ ଆଶିଷ ଜେନା ଓ ଦେବାଶିଷ ପଟ୍ଟନାୟକଙ୍କୁ ପଠାଯାଇଛି। ତୁରନ୍ତ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button