କରୋନା ମୁକାବିଲା ପାଇଁ ଆଇଏଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ

0

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାର ରୋକିବା କରୋନା ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଆଇଏଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗର ସୂଚନା ଅନୁଯାୟୀ ଭୁବନେଶ୍ୱର ପାଇଁ ଅନୁ ଗର୍ଗ ଓ ଏନ୍. ଥିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ମଧୁସୂଦନ ପାଢ଼ୀ ଏବଂ ବଲାଙ୍ଗିର, ବରଗଡ଼, ନୂଆପଡ଼ା ପାଇଁ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ନିକୁଞ୍ଜ ବିହାରୀ ଧଳ ରହିଥିବା ବେଳେ ମୟୂରଭଂଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମିଳିଛି ଦାୟିତ୍ୱ।

ଏହାଛଡା ଗଂଜାମ ଓ ଗଜପତି ଜିଲ୍ଲା ପାଇଁ ଜି. ମାଥିଭାଥନନଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଦାୟିତ୍ୱରେ ରହିବେ ହେମନ୍ତ ଶର୍ମା ଓ ସୁରେଶ ଦଳାଇ। ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ବଲପୁର ଓ ସୋନପୁର ପାଇଁ ଚିତ୍ରା ଅରୁମୁମ ଓ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଜିଲ୍ଲା ଦାୟିତ୍ୱ ଶାଶ୍ୱତ ମିଶ୍ର, ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଦିଆଯାଇଛି।

Leave A Reply

Your email address will not be published.