କରୋନା ମୁକାବିଲା ପାଇଁ ମୋଦିଙ୍କୁ ମନମୋହନଙ୍କ ପରାମର୍ଶ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି। କେତେକ ରାଜ୍ୟରେ ସ୍ଥିତି ଅଣାୟତ୍ତ ଆଡକୁ ଗଲାଣି। ଏଭଳି ପରିସ୍ଥିତିରେ କୋଭିଡ୍ ମୁକାବିଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଟିକାକରଣକୁ ବଢ଼ାଇବାକୁ ଦେଇଛନ୍ତି ପରାମର୍ଶ। କେତେ ଜଣ ଟିକା ନେଇଛନ୍ତି ଗୁରୁତ୍ୱ ଦେବା ପରିବର୍ତ୍ତେ କେତେ ପ୍ରତିଶତ ଟିକାକରଣ ହୋଇଛି ତାହାକୁ ଅଧିକ ଧ୍ୟାନଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ମନମୋହନ କହିଛନ୍ତି ପ୍ରଥମେ କେନ୍ଦ୍ର ସରକାର ଆସନ୍ତା ମାସ ପାଇଁ ଟିକା ଅର୍ଡର କରିବା ଆବଶ୍ୟକ। ରାଜ୍ୟ ଗୁଡିକ ମଧ୍ୟରେ ଟିକା କିପରି ବଣ୍ଟାଯିବ ସେ ବିଷୟରେ ରାଜ୍ୟ ସରକାର ସହ କେନ୍ଦ୍ର ସରକାର ଆଲୋଚନା କରିବା ଉଚିତ। ଦେଶରେ ଟିକାକରଣ ଏକ ଟାର୍ଗେଟ ଆଧାରରେ କରାଯିବା ସହିତ ଏହାକୁ କରିବା ନିମନ୍ତେ ଆଗୁଆ ଅର୍ଡର କରିବାକୁ ହେବ। ଏଭଳି ହେଲେ ଅନେକଙ୍କୁ କୋଭିଡ ସଂକ୍ରମଣରୁ ଦୂରେଇ ରଖାଯାଇପାରିବ। ପ୍ରଧାନମନ୍ତ୍ରୀ ତାଙ୍କ ପରାମର୍ଶକୁ ଗ୍ରହଣ କରି କାର୍ଯ୍ୟକାରୀ କରିବେ ବୋଲି ମନମୋହନ ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.