Breaking Newsରାଜ୍ୟ

କରୋନା ନେଲା ଆଜି ୯ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନା ଆଜି ୯ ଜଣଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୨୫ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଜଣ ଥିବା ବେଳେ ଗଜପତି, କେନ୍ଦୁଝର, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରେ ଆଜି ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସଂଖ୍ୟା ୧୧୭ ଛୁଇଁଛି। ଏହାଛଡା ଗଜପତିରେ ଏହି ସଂଖ୍ୟା ୧୪, ଖୋର୍ଦ୍ଧାରେ ୩୧ ଓ ସୁନ୍ଦରଗଡ଼ରେ ୧୧ ହୋଇଛି।

ମତାମତ ଦିଅନ୍ତୁ ।

Back to top button