କରୋନା ନେଲା ଆଉ ୧୩ ଜୀବନ


ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ଆଉ ୧୩ ଜଣଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ରବିବାର ତଥ୍ୟ ଅନୁଯାୟୀ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୬ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଓ କରୋପୁଟ ଜିଲ୍ଲାର ୨ ଜଣ ରହିଛନ୍ତି। ଏହାଛଡା ନୟାଗଡ, ବରଗଡ ଓ ବାଲେଶ୍ଵର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ମତାମତ ଦିଅନ୍ତୁ ।