କରୋନା ନିୟମ ଭାଙ୍ଗିଲେ ଜଟଣୀ ବିଧାୟକ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କରୋନା କଟକଣାକୁ କଡାକଡି କରିଛନ୍ତି। ପ୍ରଶାସନ ପକ୍ଷରୁ ଏନେଇ ଜନସାଧାରଣଙ୍କୁ କରାଯାଉଛି ସଚେତନ। କିନ୍ତୁ ନିୟମ ଭଙ୍ଗୁଛନ୍ତି ଜନପ୍ରତିନିଧି। ଏହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ଏକ ଘରୋଇ ହସ୍ପିଟାଲ୍‌ରେ ରୋଗୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କୁ ଧରି ଧାରଣାରେ ବସିଥିଲେ। କିନ୍ତୁ ଅନେକଙ୍କ ମୁହଁରେ ମାସ୍କ ନଥିଲା। ଏପରିକି ବିଧାୟକ ନିଜେ ମାସ୍କ ପିନ୍ଧି ନଥିଲେ। ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯାଇନଥିଲା। ଯଦି ଏହି କାରଣରୁ ଧାରଣାରେ ସାମିଲ ହୋଇଥିବା କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି।

ମତାମତ ଦିଅନ୍ତୁ ।