କରୋନା ଔଷଧ ବଜାରରେ ବିକ୍ରି ପାଇଁ ଅନୁମତି

ନୂଆଦିଲ୍ଲୀ : କରୋନା ଔଷଧ ଫେଭିପିରାଭିର ଟାବେ୍ଲଟ୍ ଓ ରେମଡିସିଭିର ଇଞ୍ଜେକସନ୍ ଏଣିକି ବଜାରରେ ମିଳିବ। ଏହାର ବିକ୍ରି ପାଇଁ ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ଦିଆଯାଇଛି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ ଏହି ଔଷଧ କିଣାଯାଇ ପାରିବ ବୋଲି କୁହାଯାଇଛି।

ଖବର ଅନୁଯାୟୀ ଫେଭିପିରାଭିର୍ ଟାବ୍‌ଲେଟ୍ ଓ ରେମଡେସିଭ୍ ଇଞ୍ଜେକ୍ସନ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି ମିଳିଛି। ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କଠାରୁ ସମ୍ମତି ପତ୍ର ଆଣିବାକୁ ପଡିବ। ଏହି ଔଷଧ ବିକ୍ରି ବେଳେ ଦୋକାନୀ ଡାକ୍ତରଙ୍କ ପ୍ରେସକ୍ରିପସନ, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର ଓ ଯୋଗାଯୋଗର ସମ୍ପୂର୍ଣ୍ଣ ଠିକଣାର ଫଟୋ କପି ରଖିବାକୁ ପଡିବ। ଔଷଧ ଦୋକାନୀ ପ୍ରତି ସପ୍ତାହରେ ଡ୍ରଗ୍ସ ଇନସପେକ୍ଟରଙ୍କୁ ଔଷଧଗୁଡିକର କିଣା ବିକା ସମ୍ପର୍କରେ ଜଣାଇବେ ବୋଲି କୁକାଯାଇଛି।

ମତାମତ ଦିଅନ୍ତୁ ।