କରୋନା ପାଇଁ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍ ସିଲ୍‌, ଆଇଆଇଟିରୁ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରର ମୈତ୍ରୀ ବିହାର ସ୍ଥିତ ଆଲେନ୍ ଇନ୍‌ଷ୍ଟିଚ୍ୟୁଟରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଏହି ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍ କରିଛି। ସେହିପରି ଅରୁଗୁଳରେ ଥିବା ଆଇଆଇଟି ଶିକ୍ଷାନୁଷ୍ଠାନର ୧୦ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍ କରିଥିବା ବେଳେ କଟକଣା ମଧ୍ୟ ଲଗାଇଛି। ଏହି କୋଚିଂ ସେଣ୍ଟର ଓ ଏହାର ହଷ୍ଟେଲ/ମେସ୍‌ ଭିତରକୁ କେହି ଯାଇପାରିବେ ନାହିଁ କିମ୍ବା ଭିତରୁ କେହି ବାହାରି ପାରିବେ ନାହିଁ। କେବଳ ବିଏମ୍‌ସିର ସ୍ୱୀକୃତିପ୍ରାପ୍ତ କର୍ମଚାରୀ ଭିତରକୁ ଜୀବ ଆସିବା କରିପାରିବେ। ଇନ୍‌ଷ୍ଟିଚ୍ୟୁଟ୍‌ ଭିତରେ ରହିଥିବା ଛାତ୍ରଛାତ୍ରୀଙ୍କର ଯଦି ଅନ୍ୟ କୌଣସି ଜିନିଷ ଆବଶ୍ୟକ ହୁଏ ତେବେ କର୍ତ୍ତୃପକ୍ଷ ଯୋଗାଇବେ।

ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନରୁ ବାହାରିଛନ୍ତି ପଜିଟିଭି। ଅରୁଗୁଳରେ ଆଇଆଇଟି ଶିକ୍ଷାନୁଷ୍ଠାନର ୧୦ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସୂଚନ ହେଲା ୪୦ ଛାତ୍ରଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଏହି ରିପୋର୍ଟରେ ପୂର୍ବରୁ ୮ ଜଣ ଓ ଆଜି ଆଉ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button