କରୋନା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ କଟକଣା

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଲାଗୁ ହୋଇଛି କଟକଣା। ଯାତ୍ରୀ ଭିଡ଼ର ପରିଚାଳନା ଓ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ଏକ ନମ୍ବର ପ୍ଲାଟଫର୍ମରେ ଷ୍ଟେସନକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

ପୂର୍ବରୁ କାର୍ଯ୍ୟକାରୀ କରାଯାଉଥିବା ପ୍ରବେଶ ପଥକୁ ଏବେ ପ୍ରସ୍ଥାନ ଓ ପ୍ରସ୍ଥାନ ପାଇଁ ବ୍ୟବହାର ପଥକୁ କରାଯାଇଅଛି ପ୍ରବେଶ ପଥ। ପ୍ଲାଟଫର୍ମକୁ ଯିବାପାଇଁ ସରକାରୀ କାର୍ ପାର୍କିଂ, ବସ୍ ଷ୍ଟାଣ୍ଡ କିମ୍ବା ଆରଏମ୍ଏସ୍ ପାର୍ଶ୍ୱରୁ ଅନୁମତି ଦିଆଯିବ। ସେହିପରି ଏଟିଏମ୍ ପାର୍ଶ୍ୱ କିମ୍ବା ରିଲାଏନ୍ସ ପାର୍ଶ୍ୱରୁ ପ୍ଲାଟଫର୍ମରୁ ବାହାରକୁ ବ୍ୟବସ୍ଥା ହୋଇଛି। ଏଟିଏମ୍ ପାର୍ଶ୍ୱରେ ଆରଟିପିସିଆର ରିପୋର୍ଟ ଓ ଗେଟ୍ ପାସ୍ ଯାଞ୍ଚ କରାଯାଉଥିବାରୁ ଏପରି କରାଯାଉଛି। ତେଣୁ ଯାତ୍ରୀମାନଙ୍କୁ ଏଟିଏମ୍ ପାର୍ଶ୍ୱରୁ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। କାରଣ ବାହାରକୁ ଯାଉଥିବା ଯାତ୍ରୀମାନଙ୍କ ସହିତ ସେମାନଙ୍କର ଯେପରି ଯୋଗାଯୋଗ ନହେବ ସେଥିପାଇଁ ରେଳବାଇ ପଦକ୍ଷେପ ନେଇଛି।

Leave a Reply

Your email address will not be published. Required fields are marked *

Back to top button