କରୋନା ପାଇଁ ବିଡି ଓ ସିଗାରେଟ୍ ବିକ୍ରି ଉପରେ ରୋକ୍

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ପ୍ରଭାବ ବଢି ଚାଲିଛି। ଏହି ରାଜ୍ୟ ଦେଶରେ ସର୍ବାଧିକ ପ୍ରଭାବିତ ଭାବେ ପରିଗଣିତ ହେଉଛି। କରୋନା ସଂକ୍ରମଣ ରୋକିବାକୁ ଉଦ୍ଧବ ସରକାର ଏକ ବଡ ନିଷ୍ପତ୍ତି ନେଇଛି। ବିଡି ଓ ସିଗାରେଟ୍ ବିକ୍ରି ଉପରେ ରୋକ୍ ଲଗାଯାଇଥିବା ବେଳେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଏନେଇ ଏକ ସର୍କୁଲାର ଜାରି କରିଛି।

ସ୍ୱାସ୍ଥ୍ୟ ବିଭାଗ କହିଛି ଖୋଲା ବିକ୍ରି ହେଉଥିବା ବିଡି ଓ ସିଗାରେଟ୍ ଉପରେ ରୋକ୍ ଲଗାଯାଇଛି। ଏହାର କାରଣ ତମାଖୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସିଗାରେଟ୍ କ୍ୟାକେଟ ଉପରେ ଲେଖା ହୋଇଥାଏ। କିନ୍ତୁ ଖୋଲି ବିକ୍ରି ହେଉଥିବା ବିଡି ଓ ସିଗାରେଟରେ ଏହି ସଚେତନତା ଲେଖାଯାଇନି। ଯାହାକି ବିଡି ଓ ସିଗାରେଟ ବିକ୍ରି ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ସର୍କୁଲାର ଅନୁଯାୟୀ ପୋଲିସ ଓ ମ୍ୟୁନିସିପାଲିଟି ଟିମ୍ ଖୋଲାରେ ବିଡି କିମ୍ବା ସିଗାରେଟ୍ ବିକ୍ରି କରୁଥିବା ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର ୭୬୧ରେ ପହଞ୍ଚିଛି। ଆଜିସୁଦ୍ଧା ୯ ଲକ୍ଷ ୯୪ ଜଣ ସୁସ୍ଥ ହୋଇଥିବା ବେଳେ ୨ ଲକ୍ଷ ୭୨ ହଜାର ୭୭୫ ଲୋକ ଚିକିତ୍ସାଧୀନ ରହିଛନ୍ତି।

ମତାମତ ଦିଅନ୍ତୁ ।