କରୋନା ପାଇଁ ଏପ୍ରିଲ୍‌ ମାସର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏପ୍ରିଲ୍ ମାସ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏହା ମାସ ଶେଷ ଅର୍ଥାତ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ବୁଧବାର ଜାରି ଗାଇଡ୍‌ଲାଇନ୍ ଅନୁଯାୟୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ନିର୍ଦ୍ଦେଶ ଡିଇଆଯାଇଛି। ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଏଥିପାଇଁ କ୍ଷମତା ଦିଆଯାଇଛି। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ସେମାନଙ୍କୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କେହି ବାହାରକୁ ବାହାରି ପାରିବେନି। ଏଥିପାଇଁ ଅନୁମତି ଆବଶ୍ୟକ ପଡିବ। ଘରକୁ ଘର ସର୍ଭେ ହେବ
ଯଥା ସମ୍ଭବ ଅଧିକ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ କୁହାଯାଇଥିବା ବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବା ପାଇଁ ରହିଛି ନିର୍ଦ୍ଦେଶ।

ସେହିପରି ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ। ଏହାବ୍ୟତୀତ ପିପିଲି ଉପନିର୍ବାଚନ ପାଇଁ ଏସ୍‌ଆର୍‌ସି ଜାରି କରିଥିବା ଗାଇଡଲାଇନ ହେଲା
ଇଣ୍ଡୋର ହଲ୍‌ରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ ସଭା କରାଯାଇ ପାରିବ। କିନ୍ତୁ ହଲରେ ୫୦ ପ୍ରତିଶତ ସିଟ୍‌ରେ ଲୋକେ ବସିପାରିବେ। ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଖୋଲା ଜାଗାରେ ଆକାର ଦେଖି ପ୍ରଶାସନ ସଂଖ୍ୟା ନିର୍ଦ୍ଧାରଣ କରିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button