କରୋନା ପାଇଁ ସମସ୍ତ ସମାବେଶକୁ ବାତିଲ କଲେ ରାହୁଲ

ନୂଆଦିଲ୍ଲୀ : ଦେଶରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ ବଢି ଚାଲିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେଠାରେ ହେବାକୁ ଥିବା ସମସ୍ତଙ୍କ ସାଧାରଣ ସଭାକୁ ବାତିଲ କରିଥିବା ବେଳେ ଅନ୍ୟ ଦଳର ସାଧାରଣ ସଭା ଓ ରୋଡ ଶୋ’କୁ ବନ୍ଦ କରିବାକୁ ନିବେଦନ କରିଛନ୍ତି।

ପଶ୍ଚିମବଙ୍ଗରେ ଆଗକୁ ରହିଛି ୩ଟି ପର୍ଯ୍ୟାୟ ନିର୍ବାଚନ। ପ୍ରଚାର ଜୋରସୋରରେ ଚାଲିଛି। ରାଜନୈତିକ ସଭା ଓ ରାଲିରେ ସାମାଜିକ ଦୂରତା ରହୁନି। ମାସ୍କ ନପନ୍ଧି ହଜାର ହଜାର ଲୋକ ଏକତ୍ରିତ ହେଉଛନ୍ତି। ଏହି କାରଣରୁ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ସେଥିପାଇଁ ରାହୁଲ ଗାନ୍ଧି ତାଙ୍କର ସମସ୍ତ ରାଜନୀତିକ ସମାବେଶକୁ ବାତିଲ ଘୋଷଣା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି “କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଁ ପଶ୍ଚିମବଙ୍ଗରେ ହେବାକୁ ଥିବା ମୋର ସମସ୍ତ ସାଧାରଣ ସଭାକୁ ବାତିଲ କରିଛି। ବର୍ତ୍ତମାନର ପରିସ୍ଥିତିରେ ବଡ଼ଧରଣର ସାଧାରଣ ସଭା କରିବା ପୂର୍ବରୁ ସବୁ ରାଜନୀତିକ ଦଳର ନେତାମାନେ ଥରେ ଏହାର ଭୟାବହ ବିଷୟରେ ଗୁରୁତ୍ୱର ସହ ଚିନ୍ତା କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button