କାରୋନା ପ୍ରଥମ ଲହରରେ ଘଣ୍ଟ ଓ ଥାଳି ବାଜିଲା : ଏବେ . . .

0

ଭୁବନେଶ୍ଵର : ମହାମାରୀ କରୋନା ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ବଢି ଚାଲିଛି ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା। କେତେକ ରାଜ୍ୟରେ ସ୍ଥିତି ଅଣାୟତ୍ତ। ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଅକ୍ସିଜେନ ଓ ଶଯ୍ୟା ମିଳୁନି। ଔଷଧର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଏଥିପାଇଁ ଅନେକ ରୋଗୀ ମୃତ୍ୟୁର ଶିକାର ହେଲେଣି। ଶ୍ମଶାନରେ ନିଆଁ ଲିଭୁନି। ଶବ ସତ୍କାର ପାଇଁ ଲାଗୁଛି ଲମ୍ବା ଲାଇନ। ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୁମି ନେଇ ଯାହା କୁହାଯାଉଥିଲା ସେଥିରେ ସତ୍ୟତା ନାହିଁ। ଏସବୁ ଦେଖି ଲୋକେ ଭୟଭୀତ ହେଲେଣି। ସେମାନଙ୍କ ମନରେ ନକରାତ୍ମକ ଭାବନା ସୃଷ୍ଟି ହେଉଛି। ଏବେ ଭିଭିନ୍ନ ମହଲରେ ଚର୍ଚ୍ଚା ହେଇଛି କରୋନା ପ୍ରଥମ ଲହରରେ ଘଣ୍ଟ ଓ ଥାଳି ବାଜିଥିଲା। ଏବେ କ’ଣ ବାଜିବ ? ସେହିପରି ବର୍ତ୍ତମାନର ସ୍ଥିତିକୁ ଦେଖି ଆଉ କେତେକ କହୁଛନ୍ତୁ କରୋନା ଯେପରି ମାଡି ଚାଲିଛି ଭଗବାନ ଭରସା। ତାଙ୍କ ନାମ ସଂକୀର୍ତ୍ତନ ପାଇଁ ଖୋଳ ଓ କରତାଳ ବଜାଇବା ଉଚିତ।

କରୋନା ଭାଇରସର ପ୍ରଥମ ଲହର ବିଶ୍ଵରେ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା। ପ୍ରତିଦିନ ଗଡୁଥିଲା ହଜାର ହଜାର ମୁଣ୍ଡ। କିନ୍ତୁ ଭାରତ ଏତେଟା ପ୍ରଭାଭିତ ହୋଇନଥିଲା। ଅନ୍ୟ ଦେଶକୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇ ପ୍ରଶଂସାର ପାତ୍ର ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗକୁ ଭାରତରେ ଏପରି ଦୁର୍ଦ୍ଦିନ ଦେଖାଦେବ ସେ ସମ୍ପର୍କରେ ଚିନ୍ତା କରାଗଲା ନାହିଁ। କୁହାଗଲା କରୋନାକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ। କରୋନା ଯୁଦ୍ଧର ଆଗଧାଡିର ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଦେଶବାସୀଙ୍କୁ ଘଣ୍ଟ ଓ ଥାଳି ବଜାଇବାକୁ କୁହାଗଲା। ଲୋକେ ମଧ୍ୟ ଏହାକୁ ମାନିଲେ। ବର୍ତ୍ତମାନ କରୋନା ସମସ୍ତଙ୍କ ଚିନ୍ତା ବଢାଇଥିବା ବେଳେ ଏହି ସମୟରେ କ’ଣ ବାଜିବା ଉଚିତ କେହି କହୁନାହାନ୍ତି। ତା’ମାନେ ଘଣ୍ଟ-ଥାଳି ବଜାଇବା ଓ ଲାଇଟ ବନ୍ଦ କରିବା ଥିଲା କ’ଣ ଶୋ-ବାଜି ? ଲୋକଙ୍କୁ ଭକୁଆ ବନାଇବାକୁ ଦିଆଯାଇଥିଲା ଏହି ପରାମର୍ଶ ?

ବର୍ତ୍ତମାନ ଦେଶରେ ଚାଲିଛି କରୋନାର ଦ୍ଵିତୀୟ ଲହର। ସଂକ୍ରମଣ ବଢି ବଢି ଚାଲିଛି। ଆଜିସୁଦ୍ଧା (ମେ’ ୧ ତାରିଖ) ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨, ୧୧,୮୫୩ରେ ପହଞ୍ଚିଛି। ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିବାରୁ ଦେଶରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ପଦାକୁ ଆସିଛି। ଯାହା ଅବର୍ଣ୍ଣନୀୟ। ଡାକ୍ତରଖାନାରେ ଶଯ୍ୟା ନାହିଁ। ଅଲ୍ସିଜେନ ପାଇଁ ରୋଗୀର ପରିବାର ବିକଳ ହୋଇ ନିବେଦକ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଏହି କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି। କିନ୍ତୁ ଅକ୍ସିଜେନ କଳାବଜାରରେ ବିକ୍ରି ହେଉଛି। ଯାହା ଅତ୍ୟନ୍ତ ଅମାନବୀୟ ଘଟଣା। ରୋଗୀଙ୍କୁ ମରଣ ମୁହଁକୁ ଠେଲିଦେଇ ଅର୍ଥ ଉପାର୍ଜନ କରିବାକୁ ଯେଉଁମାନେ ଏପରି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ନରହତ୍ୟା ଅଭିଯୋଗରେ ଫାଶୀ ଚଢାଇବା ଉଚିତ ବୋଲି ମତପ୍ରକାଶ ପାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୯ ନିର୍ବାଚନରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରୀୟ ନେତାମାନେ ଗୁଜୁରାଟ ମଡେଲକୁ ନେଇ ଅନେକ ଉଦାହରଣ ଦେଇଥିଲେ। ସେମାନଙ୍କ ସହିତ ସ୍ଵର ମିଳାଇଥିଲେ ଆମ ରାଜ୍ୟର ଦଳୀୟ ନେତା। ପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣାରୁ ଓଡିଶାବାସୀ ଗୁଜୁରାଟ ମଡେଲ ମୋହରେ ପଡିନାହାନ୍ତି। ନଚେତ ସେଠାରେ କରୋନା ପାଇଁ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଆମ ରାଜ୍ୟରେ ସମାନ ଅବସ୍ଥା ହୋଇଥା’ନ୍ତା। କାରଣ ଗୁଜୁରାଟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେପରି କୁହାଯାଉଥିଲା ତାହା ସେପରି ନୁହେଁ ବୋଲି କରୋନା ପ୍ରମାଣିତ କରିଛି। ସେଠାରେ ସାଂଘାତିକ ପରିସ୍ଥିତି। ରୋଗୀମାନଙ୍କୁ ଡାକ୍ତରଖାନାରେ କିପରି ଚିକିତ୍ସା ସୁବିଧା ମିଳୁଛି ତାହାର ଚିତ୍ର ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ଯାହାଫଳରେ କରୋନା କଟକଣା ପାଇଁ ପ୍ରବାସୀମାନେ ଘରମୁହାଁ ହୋଇଛନ୍ତି।

ଏବେ ସାଧାରଣରେ ବୁଦ୍ଧିଜୀବୀମାନେ କହୁଛନ୍ତି ଗତ ସାଧାରଣ ନିର୍ବାଚନରେ ଗୁରୁରାଟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀମାନେ ଓଡିଆଙ୍କର ପ୍ରଶଂସା କରିଥିଲେ। କହିଥିଲେ ଗୁରୁରାଟ ବିକାଶରେ ଓଡିଆମାନଙ୍କର ଭୂମିକା ରହିଛି। କିନ୍ତୁ ଏସବୁ ଛଳନା। ଯାହା ଏବେ ଧରାପଡିଯାଇଛି। କରୋନା କାଳରେ ଗୁଜୁରାଟରେ ଓଡିଆମାନଙ୍କୁ ଅଣଦେଖା କରାଯାଉଛି। ଏପରି ଅଭିଯୋଗ ସୁରତରୁ ଆସିଛି। ସେଠାରେ ରହୁଥିବା ଓଡିଆମାନେ ଚିକିତ୍ସା ସୁବିଧା ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ହେଲେ ଯେଉଁ ଓଡିଆ ନେତାମାନେ ଗୁଜୁରାଟ ଓଡିଆଙ୍କ କଥା ବୁଝିବେ ବୋଲି ପ୍ରତିଶ୍ରୁତୁ ଦେଇଥିଲେ ସେମାନେ ଏବେ କେଉଁଠି ? କାହିଁ କାହାରି ସ୍ଵର ତ ଶୁଭୁନାହିଁ ? ତେବେ ଯାହା ହେଉନା କାହିଁକି ଓଡିଶାବାସୀଙ୍କୁ କରୋନା ଏହି ଶିକ୍ଷା ଦେଇଛି ଅନ୍ୟ କେଉଁ ରାଜ୍ୟର ମଡେଲ ପ୍ରତି ଆକର୍ଷିତ ହେବା ଆବଶ୍ୟକ ନାହିଁ। ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ରହିଛି। ତେଣୁ ଓଡିଶା ମଡେଲ ରାଜ୍ୟବାସୀଙ୍କ ପାଇଁ ଉତ୍ତମ।

Leave A Reply

Your email address will not be published.