କରୋନା ରୋଗୀଙ୍କ ଫୁସଫୁସ ପଥର ଭଳି ହୋଇଯାଇଛି

ରାଜକୋଟ : କରୋନା ରୋଗୀଙ୍କ ସମ୍ପର୍କରେ ନୂଆ ତଥ୍ୟ ଆସିଛି। ପଥର ଭଳି ହୋଇଯାଇଛି ଫୁସଫୁସ। ଗୁଜରାଟର ରାଜକୋଟରେ ଥିବା ଦେଶର ଦ୍ଵିତୀୟ କୋଭିଡ୍ ଅଟୋପ୍ସି ସେଣ୍ଟରରେ କରାଯାଇଥିବା ୬ଟି ଶବ ବ୍ୟବଚ୍ଛେଦରୁ ଏହି ସୂଚନା ମିଳିଛି। ଯେଉଁ ମୃତ୍ ରୋଗୀଙ୍କର ଫୁସଫୁସ ପଥର ଭଳି ହୋଇଯାଇଛି ତାହାର ଫଟୋଚିତ୍ର ମଧ୍ୟ ଜାରି କରାଯାଇଛି।

ଶବ ବ୍ୟବଚ୍ଛେଦ କେନ୍ଦ୍ରର ଡାକ୍ତର ହେତଲ କ୍ୟାଡା ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ରୋଗ ଫୁସଫୁସକୁ ଚାରିପାର୍ଶ୍ବରୁ ଆକ୍ରମଣ କରେ। ଯାହାଫଳରେ ଫୁସଫୁସ୍ ଖରାପ ହୋଯାଇଏ। ଫୁସଫୁସ ଉପରେ ଆକ୍ରାମଣ ଫାଇବ୍ରୋସିସ କରିଥାଏ। ତେବେ ସୁସ୍ତ ଶରୀରର ଫୁସଫୁସ୍ ନରମ ଥିବା ବେଳେ କରୋନା ଏହା ଅଧିକ କ୍ଷତି ପହଞ୍ଚୁଛି। ଟିବି ଓ ନିମୋନିଆ ମାମଲାରେ ଫାଇବ୍ରୋସିସ ଫୁସଫୁସର ଉପର ନଚେତ ତଳ ଅଂଶରେ ହୋଇଥାଏ। ମାତ୍ର କରୋନା ମାମଲାରେ ଫାଇବ୍ରୋସିସ୍ ଫୁସଫୁସର ଫାଞ୍ଚଟି ଅଂଶରେ ଦେଖିବାକୁ ମିଳିଛି। ଏମିତି କହିହେବ ଯେ କରୋନା ଚାରି ଆଡୁ ଆକ୍ରମଣ କରୁଛି।

ସୂଚନାଯୋଗ୍ୟ ଦେଶରେ କୋଭିଡ୍ ଅଟୋପ୍ସି ସେଣ୍ଟର ଖୁବ୍ କମ୍ ରହିଛି। ସେ ମଧ୍ୟରୁ ଗୋଟିଏ ଅଟୋପ୍ସି ସେଣ୍ଟର ରାଜକୋଟରେ ଅଛି। ଏବେ ସେଠାରେ କରୋନା ମୃତକଙ୍କ ଫୁସଫୁସ ଓ କରୋନାକୁ ନେଇ ଅଧିକ ଗବେଷଣା ଚାଲିଛି।

ମତାମତ ଦିଅନ୍ତୁ ।