Breaking Newsଦେଶ-ବିଦେଶ

କରୋନା ରୋଗୀଙ୍କୁ ଦିଆଯିବ ସୋରିଆସିସ୍‌ ଇଞ୍ଜେକସନ

ନୁଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ବଢି ଚାଲିଛି ମୃତ୍ୟୁ ସଂଖ୍ୟା। ଏହାକୁ ରୋକିବା ପାଇଁ ଔଷଧ କିମ୍ବା ଟିକା ଆଜିଯାଏ ବାହାରିନିନି। କିନ୍ତୁ ଗବେଷଣା ଜାରି ରହିଛି। ଏଭଳି ସ୍ଥିତିରେ ଆଶା କରାଯାଉଛି କରୋନା ଚିକିତ୍ସା ପାଇଁ ଖୁବଶୀଘ୍ର ଔଷଧ ଓ ଟିକା ବାହାରିବ। ହେଲେ ଏବେ କରୋନା ଚିକିତ୍ସାରେ ଯୋଡ଼ି ହୋଇଛି ଏକ ଇଞ୍ଜେକସନ। ଚର୍ମ ରୋଗ ସୋରିଆସିସ୍‌ର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଇଞ୍ଜେକସନକୁ ଜରୁରୀ କାଳୀନ ସ୍ଥିତିରେ କରୋନା ରୋଗୀଙ୍କୁ ଦିଆଯାଇପାରିବ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ବା ଡିଜିସିଆଇ ଏଥିପାଇଁ ଅନୁମତି ପ୍ରଦାନ କରିଛି।

ଭାରତର ଏକାଧିକ କରୋନା ରୋଗୀଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ଟ୍ରାଏଲରେ ଏମ୍ସର ପୁଲମୋନୋଲୋଜିଷ୍ଟ, ଫାର୍ମାଲୋଜିଷ୍ଟ ଓ ମେଡିସିନ୍‌ ଏକ୍ସପର୍ଟମାନେ ରହିଥିଲେ। ସେମାନେ ଟ୍ରାଏଲକୁ ନେଇ ସନ୍ତୋଷ ପ୍ରକାଶ କରିବା ପରେ ଡିଜିସିଆଇ ଏହାକୁ କରୋନା ଚିକିତ୍ସାରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

ମତାମତ ଦିଅନ୍ତୁ ।

Back to top button