କରୋନା ସମୟରେ ଛାଡନ୍ତୁ ଏହି ଅଭ୍ୟାସ

0

କରୋନାର ଦ୍ଵିତୀୟ ଲହରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ସମୟରେ ମହାମାରୀ ଠାରୁ ଦୂରରେ ରହିବାକୁ ହେଲେ କେବେଳ ସଫା ସୁତୁରା ନୁହେଁ ଖାଦ୍ୟପେୟ ଉପରେ ଦ୍ରୁଷ୍ଟି ଦେବା ଆବଶ୍ୟକ। ଏହାଦ୍ଵାରା ଆମର ରୋଗ ପ୍ରତିଷେଧକ ଶକ୍ତି କରୋନା ଭୂତାଣୁ ସହିତ ଲଢି ପାରିବ। ତେଣୁ ଜାଣନ୍ତୁ କଣ ଖାଇବେ ଓ କେଉଁ ଅଭ୍ୟାସ ଛାଡିବେ।

୧- ଅତ୍ୟଧିକ ଚା-କଫି ସେବାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଏହାଦ୍ଵାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ଦୁର୍ବଳ ହୋଇଯିବ। ତେଣୁ ଅତ୍ୟଧିକ ଚା-କଫି ସେବନ କରନ୍ତୁ ନାହିଁ।

୨- ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ସବୁଜ ପନିପରିବା ଖାଆନ୍ତୁ। ଏଥିରୁ ଭିଟାମିନ୍ ଏ, ସି ଏବଂ ଫୋଲେଟ ତତ୍ତ୍ଵ ରହିଛି। ରୋଗ ପ୍ରତିଷେଧକ ଶକ୍ତି ବଢାଇବାରେ ଏହା ସହାୟକ ହୋଇଥାଏ।

୩- ଅଧିକ ଲୁଣ ଖାଇନ୍ତୁ ନାହିଁ। ଏହାକୁ ଅଧିକ ଖାଇଲେ ରକ୍ତଚାପ ବଢିଥାଏ। ଯାହା ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ପରାମର୍ଶ ଅନୁଯାୟୀ ପ୍ରତିଦିନ ୫ ଗ୍ରାମ ଲୁଣ ଖାଇବା ଉଚିତ୍। ଏହାଠାରୁ ଅଧିକ ହେଲେ ରୋଗ ପ୍ରତିଷେଧକ ଶକ୍ତି ଦୁର୍ବଳ ହେବାର ସମ୍ଭାବନା ଅଧିକ।

୪- ସେହିପରି ଅଧିକ ମିଠା ଖାଇବା ଅନୁଚିତ। ଶରୀରକୁ ବ୍ୟାକ୍ଟେରିଆ ଠାରୁ ଦୂରରେ ରଖୁଥିବା ପ୍ରତିରକ୍ଷା କୋଶିକା କ୍ଷମତା ନଷ୍ଟ ହୋଇଯାଏ। ସେଥିପାଇଁ ଅତ୍ୟଧିକ ଚିନି ଖାଆନ୍ତୁ ନାହିଁ।

Leave A Reply

Your email address will not be published.