ପୁରୀ: କରୋନା ସନ୍ଦିଗ୍ଧଙ୍କୁ ଆଣିବା ବେଳେ ଉତ୍ତେଜନା

ପୁରୀ : ପେଣ୍ଠକଟା ଅଂଚଳର ଜଣେ ବ୍ୟକ୍ତି କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନିକ କର୍ମଚାରୀ ତାଙ୍କୁ ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ସଂକ୍ରମିତଙ୍କୁ ନଛାଡିବା ପାଇଁ ସ୍ଥାନୀୟ ଲୋକ ଜିଦ ଧରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କୁ ସ୍ଥାନୀୟ ଲୋକ ବିରୋଧ କରିବାରୁ ପଜିଟିଭଙ୍କୁ ଛାଡି ପୋଲିସ ଫେରିଥିବା ଜଣାପଡିଛି।

କେବଳ ସେତିକି ନୁହେଁ ପେଣ୍ଠକଟା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିଲା। କରଯାଇଥିଲା ବ୍ୟାରିକେଡ଼। ଏହାକୁ ସ୍ଥାନୀୟ ଲୋକ ଭାଙ୍ଗିଦେଇ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଥିଲେ ହେଁ ସେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

ମତାମତ ଦିଅନ୍ତୁ ।