କରୋନା ସଂକ୍ରମଣ : ଏସ୍‌ବିଆଇ ମୁଖ୍ୟ ଶାଖା ୪ ଦିନ ବନ୍ଦ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ମୁଖ୍ୟ ଶାଖା ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ବିଏମସି ଏହି ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ଷ୍ଟେଟ ବ୍ୟାଙ୍କର ଏହି ମୁଖ୍ୟ ଶାଖାକୁ ବିଏମସି ୪୮ ଘଣ୍ଟା ପାଇଁ ସିଲ କରିଥିଲା। ଏହି ସମୟ ମଧ୍ୟରେ ମୁଖ୍ୟ ଶାଖାକୁ ନଆସି ଅନଲାଇନରେ କାରବାର କରିବାକୁ ଲୋକଙ୍କୁ କୁହାଯାଇଥିଲା। ଏବେ ପୁଣି ୪୮ ଘଣ୍ଟା ପାଇଁ ସିଲ୍‌ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button