କରୋନା : ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସିଲ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ-୧ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ସିଲ। ୭ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ଏହି ପଦକ୍ଷେପ ଗ୍ରହଣ କରିଛି। ଆଜିଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ଶାଖାକୁ ସିଲ କରାଯାଇଥିବା ଜଣାପଡିଛି।

ବିଏମସି ପକ୍ଷରୁ କୁହାଯାଇଛି ୟୁନିଟ ୧ ଷ୍ଟେଟ ବ୍ୟାଙ୍କ ଶାଖାର ତଳ ମହଲା ଓ ପ୍ରଥମ ମହଲାକୁ ସିଲ କରାଯାଇଥିବାରୁ କେହି ବ୍ୟାଙ୍କ ଭିତରକୁ ଯାଇପାରିବେ ନାହିଁ। ତେବେ କର୍ମଚାରୀ କେମିତି କୋଭିଡ୍ ସଂକ୍ରମିତ ହେଲେ କଂଟାକ୍ଟ ଟ୍ରେସିଂ ପରେ ସୂଚନା ମିଳିପାରିବ। ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତି ନିଜ ଘରେ ଆଇସୋଲେସନରେ ରହିବେ। ଚିକିତ୍ସା ଆବଶ୍ୟକ ହେଲେ ବିଏମସିକୁ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button