କରୋନା ଟିକା ମୂଲ୍ୟ ଧାର୍ଯ୍ୟହେଲା : ରାଜ୍ୟ ସରକାର ୪୦୦ ଓ ଘରୋଇ ହସ୍ପିଟାଲ ୬୦୦ ଟଙ୍କାରେ କିଣିବେ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉତ୍ପାଦନକାରୀ ସଂସ୍ଥା ରାଜ୍ୟ ସରକାର ଓ ଖୋଲା ବଜାରକୁ ୫୦ ପ୍ରତିଶତ ଟିକା ଯୋଗାଇବେ। ଏହାକୁ କିଣିବାକୁ ପଡିବ। ଏହା ପୂର୍ବରୁ ଟିକାର ମୂଲ୍ୟ ନିର୍ଦ୍ଧାରଣ କରିଛି ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ।

ସେରମ ଇନଷ୍ଟିଚ୍ୟୁଟ ଧାର୍ଯ୍ୟ କରିଥିବା ମୂଲ୍ୟ ଅନୁଯାୟୀ ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଟିକା ଯୋଗାଇ ଦିଆଯିବ। କିନ୍ତୁ ଘରୋଇ ହସ୍ପିଟାଲ ପାଇଁ ଏହି ଟିକା ଦାମ ରହିଛି ୬୦୦ ଟଙ୍କା। ବିଶ୍ୱସ୍ତରରେ ବିକ୍ରି ହେଉଥିବା ଅନ୍ୟ ଟିକା ତୁଳନାରେ କୋଭିସିଲ୍ଡ ଟିକା ଶସ୍ତା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଆମେରିକା ଟିକା ମୂଲ୍ୟ ୧୫୦୦ ଟଙ୍କା ଥିବା ବେଳେ ରଷିଆ ଟିକା ୭୫୦ ଓ ଚୀନ ଟିକାର ଦାମ ୭୫୦ ଟଙ୍କା ରହିଛି। ଏହାକୁ ଦେଖିଲେ କୋଭିସିଲ୍ଡର ଦର ଅପେକ୍ଷାକୃତ କମ। ଆସନ୍ତା ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଥିବାରୁ କମ୍ପାନି ତାହା ପୂର୍ବରୁ ଟିକାର ଦର ନିର୍ଦ୍ଧାରଣ କରିଛି।

Leave a Reply

Your email address will not be published. Required fields are marked *

Back to top button