କରୋନା ଟିକା ନେଲେ ଏହି ବ୍ୟାଙ୍କ ଦେବ ଅତିରିକ୍ତ ସୁଧ

ନୂଆଦିଲ୍ଲୀ : ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଆଜି ଘୋଷଣା କରିଛି କରୋନା ଟିକା ନେଲେ ଫିକ୍ସଡ଼ ଜମାରାଶି ଉପରେ ଅତିରିକ୍ତ ସୁଧ ମିଳିବ। ଲୋକଙ୍କ ମନରେ ଭୟ ପରିବର୍ତ୍ତେ ଟିକାକରଣ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ “ଇମ୍ୟୁନ୍ ଇଣ୍ଡିଆ ଡିପୋଜିଟ ଯୋଜନା” ଅଣାଯାଇଛି। ଏହି ଯୋଜନାରେ ୧୧୧ ଦିନ ପାଇଁ ଟଙ୍କା ରଖିପାରିବେ। ଯଦି ଏହି ଯୋଜନାରେ ଟିକା ନେଇଥିବେ ତେବେ ଜମା ଉପରେ ବ୍ୟାଙ୍କ ୦.୨୫ ପ୍ରତିଶତ ଅତିରିକ୍ତ ସୁଧ ହାର ପ୍ରଦାନ କରିବ।

ସେହିପରି ବ୍ୟାଙ୍କ ଏବେ ତିନିବର୍ଷରୁ ଅଧିକ ଜମା ଉପରେ ୫.୧୦ ପ୍ରତିଶତ ସୁଧ ଦେଉଛି। ଟିକାନେଲେ ବ୍ୟାଙ୍କ ପକ୍ଷରୁ ଜମା ଯୋଜନା ଅଧୀନରେ ସୁଧ ହାର ୫.୩୫ ପ୍ରତିଶତ ହେବ। ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ଅଧିକ ରହିଛି। ଏହି ଜମା ଯୋଜନା ଅଧୀନରେ ଟଙ୍କା ରଖିଥିବା ବରିଷ୍ଠ ନାଗରିକ ଟିକା ନେଲେ ସେମାନଙ୍କୁ ୦.୨୫ ପ୍ରତିଶତ ପରିବର୍ତ୍ତେ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ। ଅର୍ଥାତ ବରିଷ୍ଠ ନାଗରିକ ପାଇବେ ୫.୬୦ ପ୍ରତିଶତ ସୁଧ ହାରରେ ଅର୍ଥ।

Leave a Reply

Your email address will not be published. Required fields are marked *

Back to top button