କରୋନା ଟିକା ନେଲେ ମୋଦିଙ୍କ ମା’ ହୀରାବେନ୍‌

0

ଅହମଦାବାଦ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ମହାମାରୀ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଗୁରୁବାର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ନିଜେ ମୋଦି। ଏଥିସହ ସେ ସମସ୍ତଙ୍କୁ କରୋନା ଟିକାର ଡୋଜ୍‌ ନେବାକୁ ଆହ୍ୱାନ କରିଛନ୍ତି। ତେବେ ୯୯ ବର୍ଷୀୟ ହୀରାବେନ୍‌ କୋଭାକ୍ସିନ କି କୋଭିସିଲ୍ଡ ଟିକା ନେଇଛନ୍ତି ସେ ବିଷୟରେ ମୋଦି କିଛି କହିନାହାନ୍ତି।

ମୋଦି ଟ୍ୱିଟ କରି କହିଛନ୍ତି ଆଜି ମୋ ମା’ କରୋନା ଟିକାର ପ୍ରଥମଥ ଡୋଜ୍‌ ନେଇଥିବାରୁ ମୁଁ ଖୁସିରେ ଏକଥା ସମସ୍ତଙ୍କୁ ଜଣାଉଛି। ଏହି ବର୍ଗର ଟିକା ନେବାକୁ ଯୋଗ୍ୟ ଲୋକମାନେ ଆଗକୁ ଆସି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ସମସ୍ତେ ନିଜ ଆଖପାଖର ଲୋକମାନଙ୍କୁ ଟିକା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.