କରୋନା ଟିକା ପାଇଁ ଜାଲ୍ ସାର୍ଟିଫିକେଟ୍ ଆଣିଲେ ଦଣ୍ଡ

ଭୁବନେଶ୍ୱର : ବୟସ୍କ ଲୋକଙ୍କ ଟିକାକରଣ ଚାଲିଛି। ବହୁବିଧ ରୋଗାକ୍ରାନ୍ତଙ୍କ ନିମନ୍ତେ ବାଧ୍ୟତାମୂଳକ କରାଯାଇଛି ସାର୍ଟିଫିକେଟ। ଯଦି କେହି ଏଥିପାଇଁ ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଟିକା ନେବାକୁ ଆସିବେ ଦଣ୍ଡିତ ହେବେ। ଏପରିକି ଜାଲ୍ ମେଡିକାଲ ସାର୍ଟିଫିକେଟ ଦେଇଥିବା ଡାକ୍ତରଙ୍କୁ ମଧ୍ୟ ଦଣ୍ଡିତ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ଚେତାବନୀ ଦେଇଛନ୍ତି।

କରୋନା ଭାଇରସ ପୁଣି କୋପ ଆରମ୍ଭ କରୁଥିବାରୁ ଟିକାକରଣକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବାକୁ ରାଜ୍ୟ ସରକାର କଡ଼ା ନିୟମ ଲାଗୁ କରିଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କ ନିକଟକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ସାର୍ଟିଫିକେଟ ଇସ୍ୟୁ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୪୫ରୁ ୫୯ ବର୍ଷର ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ପାଇଁ ସାର୍ଟିଫିକେଟ ଜରୁରୀ ଥିବାରୁ କାଳେ କୌଣସି ବ୍ୟକ୍ତି ଜାଲିଆତି କରିବେ ସେହି ଆଶଙ୍କାରେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମହାପାତ୍ର ଚିଠି ଲେଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button