କରୋନା ଟିକା ପାଇଁ ଲକ୍ଷାଧିକ ସାର୍କଙ୍କ ଜୀବନ ଯିବ

ନୂଆଦିଲ୍ଲୀ : କରୋନା ପ୍ରତିଷେଧକ ଟିକା ପାଇଁ ସାର୍କ ଯକୃତରେ ରହିଥିବା ଏକ ପ୍ରକାରର ତେଲକୁ ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ତେଣୁ ବିଶ୍ଵରେ କରୋନା ଯେଉଁଭଳି କରୋନା କାୟା ବିସ୍ତାର କରିଛି ସେଥିପାଇଁ ଟିକା ପ୍ରସ୍ତୁତ ହେଲେ ପ୍ରାୟ ୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିପାରେ ବୋଲି ଆମେରିକାର କାଲିଫର୍ନିଆର ସାର୍କ ଅଲାଇଜ୍ ଆସୋସିଏସନ୍ କହିଛି।

କରୋନା ଭୂତାଣୁ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଟିକା ସାମଗ୍ରୀରେ ସାର୍କର ଯକୃତରେ ମିଳୁଥିବା ତେଲ ବିଷୟରେ ଉଲ୍ଲେଖ ରହିଛି। ଟିକାର ପ୍ରଭାବକୁ ବଢ଼ାଇବା ପାଇଁ ଏହି ତେଲ ବ୍ୟବହାର କରାଯାଏ। ସାର୍କ ଯକୃତରେ ସ୍କ୍ୱାଲେନ ନାମକ ଏକ ପଦାର୍ଥ ମିଳିଥାଏ। ଯାହାକି ଏକ ପ୍ରକାର ପ୍ରାକୃତିକ ତେଲ। ସାର୍କ ଅଲାଇଜ୍ ପକ୍ଷରୁ କୁହାଯାଇଛି ଯଦି ବିଶ୍ଵର ଲୋକଙ୍କୁ କରୋନା ଟିକାର ଗୋଟିଏ ମାତ୍ର ଡୋଜ ଆବଶ୍ୟକ ହୁଏ ତେବେ ୨.୫ ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିପାରେ। ଯଦି ଦୁଇଟି ଡୋଜ ଆବଶ୍ୟକ ହୁଏ ତାହେଲେ ୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିବ। ବର୍ତ୍ତମାନ ମାନବ ପରୀକ୍ଷଣ ସମୟରେ ସ୍ଵେଚ୍ଛାସେବୀଙ୍କୁ ଅଧିକାଂଶ କରୋନା ଟିକାର ଦୁଇଟି ଡୋଜ ଦିଆଯାଉଛି।

ସାର୍କ ଅଲାଇଜ୍ ଦଳର ପ୍ରତିଷ୍ଠାତା ଷ୍ଟିଫନି ବ୍ରେଣ୍ଡିଲ୍ କହିଛନ୍ତି କୌଣସି ଜିନିଷ ପାଇଁ ବଣୁଆ ଜନ୍ତୁକୁ ହତ୍ୟା କରିବା ସ୍ଥାୟୀ ହେବ ନାହିଁ। କାରଣ ଜୀବଜନ୍ତୁଙ୍କର ବୃହତ ପ୍ରଜନନ ନଥାଏ। ତେବେ ତାଙ୍କ ମତ ଟିକା ପ୍ରସ୍ତୁତି ପ୍ରକ୍ରିୟାକୁ ମନ୍ଥର କରିବାକୁ ନୁହେଁ ବରଂ ଏହାର ବିକଳ୍ପ ବାଟ ବାହାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।