କରୋନା ଟିକାଦାନ ପାଇଁ ଗାଇଡଲାଇନ

ଭୁବନେଶ୍ଵର : ଆସନ୍ତା ୧୬ ତାରିଖରୁ ରାଜ୍ୟରେ କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ରାଜ୍ୟକୁ ପ୍ରାୟ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲଡ ଟିକା ଓ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ଆସି ପହଞ୍ଚିଛି। ୧୬ରେ ୧୬୦ଟି ଟିକାଦାନ କେନ୍ଦ୍ରରେ ଏହି ଟିକାଦାନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି।

ପ୍ରତି କୋଭିସିଲଡ ଭାୟାଲ (ସିସି)ରେ ୧୦ଟି ଡୋଜ ଓ ପ୍ରତି କୋଭାକ୍ସିନ ଭାୟାଲରେ ୨୦ଟି ଡୋଜ୍ ରହିଛି। ଗୋଟିଏ ଭାୟାଲ ଖୋଲିବା ପରେ ସେଥିରେ ଥିବା ସବୁ ଡୋଜର ଉପଯୋଗ କରିବାକୁ ହେବ। ଭାୟାଲ ବା ସିସି ଖୋଲିବାର ୪ ଘଣ୍ଟା ମଧ୍ୟରେ ତାହାର ହେବ ବ୍ୟବହାର। ରାଜ୍ୟକୁ ସୀମିତ ସଂଖ୍ୟକ ଟିକା ଆସିଥିବାରୁ ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ କୁହାଯାଇଛି। ଟିକା ବଣ୍ଟନ ବେଳେ ଜିଲ୍ଲା ଟିକା ଭଣ୍ଡାର ଓ କୋଲଡ ଚେନ ପଏଣ୍ଟରେ ଫାଷ୍ଟ ଏକ୍ସପାରୀ ଓ ଫାଷ୍ଟ ୟୁଜ୍ ନୀତି ଅବଲମ୍ବନ କରାଯିବ।

  ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ ମହାନ୍ତି

ରାଜ୍ୟକୁ ଆସିଥିବା ଟିକାର ଅର୍ଦ୍ଧେକ ପ୍ରଥମ ପର୍ଯ୍ୟାୟ ଟିକାଦାନ ବେଳେ ଜିଲ୍ଲା ଗୁଡ଼ିକୁ ଯୋଗାଇ ଦିଆଯିବ। ଅବଶିଷ୍ଟ ଅର୍ଦ୍ଧେକ ୨୮ ଦିନ ପରେ ହେବାକୁ ଥିବା ୨ୟ ପର୍ଯ୍ୟାୟ ଟିକାଦାନ ବେଳେ ଯୋଗାଇ ଦିଆଯିବ। କୋଭାକ୍ସିନ ଟିକାକୁ ୩୦ଟି ଯାକ ଜିଲ୍ଲାକୁ ଯୋଗାଇ ଦିଆଯାଇଥିବା ବେଳେ କୋଭାକ୍ସିନ ଟିକା କେବଳ ବିଏମସିକୁ ପ୍ରଦାନ କରାଯିବ।

ଟିକା ଦିଆଯିବାକୁ ଥିବା ସ୍ଵାସ୍ଥ୍ୟ କେନ୍ଦ୍ରରେ ଟିକା ଉପଲବ୍ଧତା ଅନୁସାରେ ସେସନ ପ୍ଲାନିଂ କରାଯିବ। ଟିକା ନେବାକୁ ଥିବା ବ୍ୟକ୍ତିମାନଙ୍କୁ ଅଲଗା ଅଲଗା ସମୟରେ ଟିକା ଦିଆଯିବ ଯେପରିକି ଟିକାଦାନ କେନ୍ଦ୍ରରେ ଭୀଡ଼ ଜମିବ ନାହିଁ। ଟିକା ଦିଆଯାଉଥିବା ସ୍ଵାସ୍ଥ୍ୟକେନ୍ଦ୍ରର ସବୁ କର୍ମଚାରୀଙ୍କ ପାଇଁ ଅର୍ଥାତ ସଫାଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ଟିକା ଯୋଗାଇ ଦିଆଯିବ। ଯଦି ଗୋଟିଏ ସ୍ଵାସ୍ଥ୍ୟକେନ୍ଦ୍ରକୁ ଦିଆଯାଇଥିବା ଟିକା ସଂଖ୍ୟା କର୍ମଚାରୀ ସଂଖ୍ୟାଠାରୁ କମ ରହେ ତେବେ ବୟସ୍କ କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ।

ମତାମତ ଦିଅନ୍ତୁ ।