କରୋନାର ଦ୍ୱିତୀୟ ଲହରରେ ଛୋଟ ପିଲାଙ୍କ ପ୍ରତି ସତର୍କ ରୁହନ୍ତୁ

କରୋନା ଭୂତାଣୁର ଦ୍ୱିତୀୟ ଲହର ଛୋଟ ପିଲାଙ୍କୁ ସଂକ୍ରମଣ କରୁଛି। ପ୍ରଥମ ଲହରରେ ଏହି ଭୂତାଣୁ ଛୋଟ ପିଲାମାନଙ୍କୁ ବିଶେଷ ପ୍ରଭାବିତ କରୁନଥିଲା। ହେଲେ ଏବେ ଚିତ୍ର ବଦଳିଛି ବୋଲି କହିଛନ୍ତି ମୁମ୍ବାଇର ରିଲାଏନ୍ସ ହସ୍ପିଟାଲ ଓ ଫୋର୍ଟିସ ହସ୍ପିଟାଲ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁଭାଷ ରାଓ।

ଡାକ୍ତର ରାଓଙ୍କ କହିବା ଅନୁଯାୟୀ ଶିଶୁମାନଙ୍କଠାରେ, ଜ୍ୱର, ଥଣ୍ଡା, ଶୁଖିଲା କାଶ, ପତଳା ଝାଡା, ବାନ୍ତି, ଖାଦ୍ୟରେ ଅନାଗ୍ରହ ଓ କ୍ଳାନ୍ତ ଲାଗିବା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଉଛି। କେତେ ଜଣଙ୍କର ଶ୍ୱାସକ୍ରିୟାରେ କଷ୍ଟ ମଧ୍ୟ ହେଉଛି। ଯଦି ଶିଶୁକୁ ଜ୍ୱର ହେଉଛି ତେବେ ଜ୍ୱର ହେବାର ପରଦିନ ଆରଟିପିସିଆର ଟେଷ୍ଟ କରାଇ ନେବା ଉଚିତ୍। ତୁରନ୍ତ ରୋଗ ଚିହ୍ନଟ ହୋଇପାରିଲେ ଶୀଘ୍ର ଚିକିତ୍ସା କରାଯିବା ସହିତ ଶିଶୁ ଶୀଘ୍ର ସୁସ୍ଥ ହୋଇପାରିବ। ବିଳମ୍ବ କଲେ ବିପଦଜନକ ହୋଇପାରେ।

ସେହିପରି ବିଶେଷଜ୍ଞଙ୍କ ମତ ଯଦି ଜଣେ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି ତେବେ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରଖାଯିବା ଆବଶ୍ୟକ। ଏପରିକି ଶିଶୁ ସଂକ୍ରମିତ ହେବାର ଚାରି ପାଞ୍ଚଦିନ ଭିତରେ ପୁଣି ନେଗେଟିଭ୍ ରିପୋର୍ଟ ଆସୁଛି। କିନ୍ତୁ ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରଖାଯିବା ଉଚିତ। ପିଲାମାନଙ୍କୁ କରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ଅଭିଭାବକମାନେ ସାବଧାନତା ଅବଲମ୍ବନ କରିବା ଜରୁରୀ।

କଣ କରିବା ଆବଶ୍ୟକ –
୧- ପିଲାମାନଙ୍କୁ ବଜାର ଓ ମଲକୁ ସାଙ୍ଗରେ ନିଅନ୍ତୁ ନାହିଁ।
୨ – ଭିଡ ଥିବା ପାର୍କରେ ଶିଶୁଙ୍କୁ ଖେଳିବାକୁ ଛାଡିବା ଅନୁଚିତ।
୩ – ଭିଟାମିନ୍-ସିର ସିରପ୍ ଓ ଟାବଲେଟ୍ ଖାଇବାକୁ ଦିଅନ୍ତୁ।
୪ – ବିବାହ ଭୋଜି ଓ ପାର୍ଟିକୁ ଛୋଟ ପିଲାଙ୍କୁ ନନେବା ସବୁଠାରୁ ଭଲ।
୫ – ଆଇସକ୍ରିମ ଖାଇବା ଓ ରେଫ୍ରିଜରେଟର ପାଣି ପିଇବାକୁ ବାରଣ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button