କରୋନାରେ ଆଜି ଆଉ ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୪ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଫଳରେ ରାଜ୍ୟରେ କରୋନାମୃତ୍ୟୁ ସଂଖ୍ୟା ୨୮୬ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ସୋମବାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ୬ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଖୋର୍ଦ୍ଧାର ୩ ଜଣ, ନୟାଗଡ଼ ୩ ଜଣ ଏବଂ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ମତାମତ ଦିଅନ୍ତୁ ।