କରୋନାରେ ମୃତ କର୍ମଚାରୀଙ୍କ ନୋମିନଙ୍କୁ ଟାଟା ଷ୍ଟିଲ ଦେବ ୬୦ ବର୍ଷ ପର୍ଯ୍ୟନ୍ତ ଦରମା

ନୂଆଦିଲ୍ଲୀ : ଟାଟା ଷ୍ଟିଲ ତା’ର କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛି। ଏହି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କର ଯଦି କରୋନା ସଂକ୍ରମଣରେ ମୃତ୍ୟୁ ହୁଏ ତେବେ ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ଯାଏ ଦରମା ପ୍ରଦାନ କରାଯିବ।

କମ୍ପାନୀ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଛି ଯଦି ଜଣେ କର୍ମଚାରୀଙ୍କର ମୃତ୍ୟୁ କରୋନା ସଂକ୍ରମଣ ଦ୍ୱାରା ହୁଏ ତେବେ ମୃତ କର୍ମଚାରୀଙ୍କ ନୋମିନଙ୍କୁ ୬୦ ବର୍ଷ ହେବା ଯାଏ ଦରମା ମିଳିବ। ଏହି ଦରମା କର୍ମଚାରୀଙ୍କ କାର୍ଯ୍ୟକାଳର ଶେଷ ମାସର ଦରମାରୁ ଆରମ୍ଭ ହେବ। ମୃତକଙ୍କ ପରିବାରକୁ ସବୁ ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ମୃତକଙ୍କ ପରିବାର ପାଇଁ ଘର ନିର୍ମାଣରେ ସହାୟତା ସହିତ ପିଲାମାନଙ୍କ ଗ୍ରାଜୁଏସନ ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ।

Leave a Reply

Your email address will not be published. Required fields are marked *

Back to top button