କରୋନାରେ ମୃତ୍ୟୁହେଲେ ପରିବାର ଦେବେ ଅଢେଇ ହଜାର ଟଙ୍କା

0

ନୂଆଦିଲ୍ଲୀ : ଛତିଶଗଡରେ କରୋନାର ସ୍ଥିତି ଗମ୍ଭୀର। ଆକ୍ରାନ୍ତ ଓ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏହିଭଳି ସମୟରେ ଛତିଶଗଡ ସରକାର ଏକ ନୂଆ ନିୟମ କରିଛନ୍ତି। କରୋନା ସଂକ୍ରମଣରେ ମୃତ୍ୟୁବରଣ କରୁଥିବା ପରିବାରକୁ ଅଢେଇ ହଜାର ଟଙ୍କା ଦେବାକୁ ପଡିବ। ଶବକୁ ଷ୍ଟୋର କରିବା ଓ ସଂସ୍କାର ପାଇଁ ଏହି ଟଙ୍କା ଲାଗିବ ବୋଲି କୁହାଯାଇଛି। ଯାହାକୁ କିଛି ସଂଗଠନ ଓ ରାଜ୍ୟ ବିଜେପି ବିରୋଧ କରିଛି। ରାଜ୍ୟପାଳଙ୍କ ନିକଟରେ ବିଜେପି ଅଭିଯୋଗ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ସୋମବାର ଛତିଶଗଡ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଦେଶନାମ ଜାରି କରାଯାଇଛି। ଯେଉଁଥିରେ ଘରୋଇ ମେଡିକାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ହୋଇଛି ଦର ନିର୍ଦ୍ଧାରଣ। କୁହାଯାଇଛି ଏନଏବିଏଏଚ୍ ମାନ୍ୟତା ପ୍ରାପ୍ତ ହସ୍ପିଟାଲରେ ମଧ୍ୟମ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଦୈନିକ ୬,୨୦୦ ଟଙ୍କା ଦେବାକୁ ହେବ। ଏଥିରେ ସପୋଟିଭ୍ କେୟାର, ଆଇସୋଲେସନ ବେଡ, ଅକ୍ସିଜେନ ଓ ପିପିଇ କିଟ୍ ମେଡିକାଲ ତରଫରୁ ଉପଲବ୍ଧ କରାଯିବ।

ସେହିପରି ଗମ୍ଭୀର କରୋନା ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଦୈନିକ ଦେବାକୁ ପଡିବ ୧୨ ହଜାର ଟଙ୍କା। ବିନା ଭେଣ୍ଟିଲେଟରରେ ରୋଗୀଙ୍କୁ ମିଳିବ ଆଇସିୟୁ ସୁବିଧା। ଅତ୍ୟନ୍ତ ଗମ୍ଭୀର ସଂକ୍ରମିତଙ୍କ ହୋଇଥିଲେ ଚିକିତ୍ସା ପାଇଁ ଦୈନିକ ୧୭ ହଜାର ଟଙ୍କା ଦେବାକୁ ହେବ। ଏହି ରୋଗୀଙ୍କୁ ଭେଣ୍ଟିଲେଟର ସହ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନା ପାଇଁ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଛତିଶଗଡ ସରକାରଙ୍କ ରୋଗୀଠାରୁ ଟଙ୍କା ଆଦାୟ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Leave A Reply

Your email address will not be published.