କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକା

ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ କୋଭିଡ-୧୯ ଟିକା ନେଇପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରୀ କରାଯାଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶଦାତା କମିଟି ଦେଇଥିବା ଏହି ପରାମର୍ଶକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗ୍ରହଣ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରୀ କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଜଣେ ବ୍ୟକ୍ତି ଟିକା ନେବା ପୂର୍ବରୁ ତା’ର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର ଆବଶ୍ୟକତା ନାହିଁ। ଯଦି କୌଣସି ବ୍ୟକ୍ତି ଟିକାର ପ୍ରଥମ ଡୋଜନେବା ପରେ କରୋନାରେ ସଂକ୍ରମିତ ହେଉଛନ୍ତି ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଟିକା ନେବା ଉଚିତ।

ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦେବା ନେଇ ଥିବା ସନ୍ଦେହ ଦୂର କରିଛି। କୁହାଯାଇଛି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ସୁସ୍ଥ ଥିଲେ କୌଣସି ସମୟରେ ଟିକା ନେଇପାରିବେ।

ସମ୍ବନ୍ଧିତ ଖବର
between image and heading

Comments are closed.