ଭୁବନେଶ୍ଵର : କରୋନାରେ ମୃତବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏ ନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କରୋନା ସଂକ୍ରମିତ ହୋଇ ଗଞ୍ଜାମର ‘ସମାଜ’ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର ‘ନ୍ୟୁଜ୍ ଟୁଡେ’ ପ୍ରତିନିଧି କେ.ରତ୍ନମଙ୍କର ମୃତ୍ୟୁ ଘଟିଥିଲା।
2020-07-30