କାର୍ତ୍ତିକ ମେଳା ପାଇଁ ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ମନା

ଅଯୋଧ୍ୟା : କାର୍ତ୍ତିକ ମେଳା ପାଇଁ ବାହାର ରାଜ୍ୟର ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ମନା। ଆଜିଠାରୁ ସବୁ ସୀମାକୁ ସିଲ କରିଦିଆଯାଇଛି। କେବଳ ଅଯୋଧ୍ୟାର ସ୍ଥାନୀୟ ଲୋକେ ପରିଚୟ ପତ୍ର ଦେଖାଇଲେ ପ୍ରବେଶ ଅନୁମତି ମିଳିବ।

ଖବର ଅନୁଯାୟୀ ରବିବାର କାର୍ତ୍ତିକ ମେଳାରେ ୧୪ କୋଷ ପରିକ୍ରମା ରହିଛି। ନଭେମ୍ବର ୨୫ରେ ପାଞ୍ଚକୋଶୀ ପରିକ୍ରମା ଓ ୩୦ ତାରିଖ ରାତିରେ ପୂର୍ଣ୍ଣମୀ ସ୍ନାନ। ଏଥିପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଆସନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ ପାଇଁ କାର୍ତ୍ତିକ ମେଳା ସମୟରେ ଅଯୋଧ୍ୟା ନ ଆସିବାକୁ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛି। ସେମାନେ ନିଜ ଘରେ ରହି ପୂଜାର୍ଚ୍ଚନା କରିବାକୁ କୁହାଯାଇଥିବା ବେଳେ ସାଧୁ ସନ୍ଥଙ୍କୁ ମଧ୍ୟ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରାଯାଇଛି। ଏସଏସପି ବିଜୟପାଲ ସିଂହଙ୍କ ସୂଚନା ହେଲା କୋଭିଡ ସଂକ୍ରମଣ ଆଶଙ୍କାରେ ଅଯୋଧ୍ୟା ସୀମାରେ ବ୍ୟାରିକେଡ଼ ଲଗାଯାଇଥିବା ବେଳେ ୧୩ଟି ସ୍ଥାନରେ ସୀମା ସିଲ କରାଯାଇଛି।

ମତାମତ ଦିଅନ୍ତୁ ।