କଶ୍ମୀର ଓ ଲଦାଖରେ ଏଣିକି ଜମି କିଣିହେବ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଦ୍ୱାରା କେନ୍ଦ୍ର ସରକାର ୨୬ଟି ଆଇନକୁ ବଦଳାଇ ଦେଇଛନ୍ତି। ଏଣିକି ଯେକୌଣସି ଭାରତୀୟ ଜମ୍ମୁ-କଶ୍ମୀର ଓ ଲଦାଖରେ ଜମି କିଣିପାରିବେ। ଭାରତର ଅନ୍ୟ ପ୍ରାନ୍ତରେ ଯେପରି ଲୋକେ ଜମି କିଣିଛନ୍ତି ଜମ୍ମୁ-କଶ୍ମୀର ଓ ଲଦାଖରେ କିଣିବା ପାଇଁ ଆଉ କୌଣସି ସମସ୍ୟା ରହିବ ନାହିଁ।

ପୂର୍ବରୁ ଜମ୍ମୁ-କଶ୍ମୀରର ସ୍ଥାୟୀ ଅଧିବାସୀମାନଙ୍କୁ ଏହି ସୁବିଧା ମିଳିଥିଲା। ହେଲେ କେନ୍ଦ୍ର ସରକାର ଏହାକୁ ଖାରଜ କରିଦେଇଛନ୍ତି। ନୂଆ ନିୟମ ତତ୍କାଳ ଭାବେ ଲାଗୁ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ତେବେ ନୂଆ ବିଜ୍ଞପ୍ତିକୁ ନ୍ୟାଶନାଲ କନଫରେନ୍ସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିରୋଧ କରିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀର ଜମି ଆଇନରେ ହୋଇଥିବା ସଂଶୋଧନ ଆଦୌ ଗ୍ରହଣୀୟ ନୁହେଁ। ଏବେ ଜମ୍ମୁ-କଶ୍ମୀରକୁ ବିକ୍ରି ପାଇଁ ଯୋଜନା ଆରମ୍ଭ ହୋଇଛି। ଯାହାଫଳରେ ଗରିବ ଓ ଛୋଟ ଜମି ମାଲିକମାନେ କ୍ଷତିଗ୍ରସ୍ତ ହେବେ।

ମତାମତ ଦିଅନ୍ତୁ ।