Breaking Newsମନୋରଞ୍ଜନ

କଶ୍ମୀର ରାଣୀ ଭୂମିକାରେ ବଲିଉଡ୍ କୁଇନ୍ କଙ୍ଗନା

ମୁମ୍ବାଇ : ଯୋଦ୍ଧା ଭୂମିକାରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ। ଫିଲ୍ମ ‘ମଣିକର୍ଣ୍ଣିକା’କୁ ଦର୍ଶକ ପସନ୍ଦ କରିଥିଲେ। ଏଥର ଫିଲ୍ମର ନାମ ‘ମଣିକର୍ଣ୍ଣିମା ରିଟର୍ଣ୍ଣସ୍’: ଦି ଲିଜେଣ୍ଡ ଅଫ୍ ଦିଦ୍ଦା’। ଏହା ମଣିକର୍ଣ୍ଣିକା ଫ୍ରାଞ୍ଚାଇଜିର ୨ୟ ଫିଲ୍ମ ହେବ। କଙ୍ଗନାଙ୍କ ଏହି ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ନିର୍ମାଣ ହେବ।

କଙ୍ଗନା ଟୁଇଟରେ ଏକ ଫଟୋ ଶେଆର୍ କରିଛନ୍ତି। ଆଉ ଲେଖିଛନ୍ତି ‘ଆମ ଭାରତବର୍ଷ ଝାନସୀର ରାଣୀଙ୍କ ଭଳି ଅନେକ ବୀରତ୍ୱ କାହାଣୀର ମୁକସାକ୍ଷୀ ରହିଆସିଛି। ଏଭଳି ଏକ ଅବର୍ଣ୍ଣିତ ବୀରଗାଥା କାହାଣୀ ହେଉଛି କଶ୍ମୀର ଜଣେ ରାଣୀ। ଯିଏ ମହମ୍ମଦ ଗଜନଭୀଙ୍କୁ ଥରେ ନୁହେଁ, ଦୁଇଥର ହରାଇଛନ୍ତି। ଏଭଳି ଏକ କାହାଣୀକୁ ନେଇ କମଲ ଜୈନ୍ ଓ ମୁଁ ମଣିକର୍ଣ୍ଣିକା ରିଟର୍ଣ୍ଣସ୍: ଦି ଲିଜେଣ୍ଡ ଅଫ୍ ଦିଦ୍ଦା’ ଆସୁଛୁ।

୨୦୧୯ରେ ଆସିଥିବା ମଣିକର୍ଣ୍ଣିକା: ଦୁଇ କୁଇନ୍ ଅଫ୍ ଝାନସୀ ପରେ କଙ୍ଗନା ଓ ନିର୍ମାତା କମଲ ଜୈନ୍ ପୁଣିଥରେ ହାତ ମିଳାଇଛନ୍ତି। ଅଭିନେତ୍ରୀ ଗତ ସପ୍ତାହରେ ଜୈନଙ୍କ ସହ ଏକ ବୈଠକ କରି ନୂଆ ସ୍କ୍ରିପ୍ଟକୁ ଅନ୍ତିମ ରୂପ ଦେଇଥିଲେ। ଦିଦ୍ଦା କଶ୍ମୀରର ରାଣୀ ଥିଲେ। ତାଙ୍କର ଗୋଟିଏ ଗୋଡ଼ ପୋଲିଓଗ୍ରସ୍ତ ଥିଲେ ହେଁ ସେ ଜଣେ ମହାନ ଯୋଦ୍ଧା ଭାବେ ଚର୍ଚ୍ଚିତ ଥିଲେ।

ମତାମତ ଦିଅନ୍ତୁ ।

Back to top button