କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା କହିଲେ ଅଭିନେତ୍ରୀ ପ୍ରାଚୀ

ମୁମ୍ବାଇ : ଟିଭି ସିରିଏଲ୍‌ରୁ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରାଚୀ ଦେସାଇ କାଷ୍ଟିଂ କାଉଚର ଶିକାର ହୋଇଥିଲେ। ଏ କଥା ନିଜେ ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ ପ୍ରାଚୀ ଏକ ଟିଭି ସାକ୍ଷାତକାରେ କହିଛନ୍ତି ବଲିଉଡରେ କାମ କରିବାର ସ୍ୱପ୍ନ ସମସ୍ତଙ୍କର ରହିଛି। କିନ୍ତୁ ଏହାକୁ ପୂରଣ କରିବା କଷ୍ଟକର। ଏଥିପାଇଁ ଅନେକ ସାଲିସ କରିବାକୁ ପଡେ। ବଲିଉଡରେ ବଡ ଫିଲ୍ମ ପାଇଁ ସେ ଅଫର ପାଇଥିଲେ। ଏଥିପାଇଁ ନିର୍ଦ୍ଦେଶକ କିଛି ଚୁକ୍ତି କରିବାକୁ କହିବା ସହିତ ତାଙ୍କ କଥାରେ ରାଜି ହେବା ପାଇଁ କହିଥିଲେ। କିନ୍ତୁ ସେ ମନା କରିଦେଇଥିଲେ। ଏହାସତ୍ତ୍ଵେ ନିର୍ଦ୍ଦେଶକ ପୁଣି ଫୋନ କରି ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ହେଲେ ସେହି ଫିଲ୍ମରେ କାମ କରିବା ପାଇଁ ସେ ସିଧାସଳଖ ମନା କରିଦେଇଥିଲେ ବୋଲି ପ୍ରାଚୀ କହିଛନ୍ତି।

ପୂର୍ବରୁ ପ୍ରାଚୀ କହିଥିଲେ ସମସ୍ତେ ଏଠି `ୱେଟ ଆଣ୍ଡ ୱାଚ୍’‌ ଗେମ୍‌ ଖେଳୁଛନ୍ତି। କାରଣ ସେହି ସମୟରେ ଟେଲିଭିଜନ କଳାକାରଙ୍କୁ ଫିଲ୍ମରେ କାମ ଦେବା ପାଇଁ ଯୋଗ୍ୟ ମନେ କରାଯାଉନଥିଲା। ଅନ୍ୟକଥା ହେଉଛି ବଲିଉଡରେ ଅଧିକାଂଶ ବଡ ବଡ ଷ୍ଟାରଙ୍କ ପୁଅ ଝିଅ କିମ୍ବା ସେମାନଙ୍କ ସମ୍ପର୍କିୟଙ୍କୁ ହିଁ କାମ ମିଳେ। ଏଥିପାଇଁ ତାଙ୍କୁ ଫିଲ୍ମ କାମ ମିଳୁନି ବୋଲି ପ୍ରାଚୀ ଅଭିଯୋଗ ଆଣିଥିଲେ।

ଲୋକପ୍ରିୟ ଟିଭି ସିରିଏଲ୍‌ କସମ ସେ’ରୁ ଅଭିନେତ୍ରୀ ପ୍ରାଚୀଙ୍କୁ ମିଳିଥିଲା ଲୋକପ୍ରିୟତା। ମାତ୍ର ୧୭ ବର୍ଷ ବୟସରେ ସେ ଟିଭି ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୮ରେ ରକ୍‌ ଅନ୍‌’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ପ୍ରାଚୀଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଆସିଥିଲା।

Leave a Reply

Your email address will not be published. Required fields are marked *

Back to top button