କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଅଭିନେତ୍ରୀ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡରେ କାଷ୍ଟିଂ କାଉଚ ନୂଆ କଥା ନୁହେଁ। କାମ ଆଶାରେ ବଲିଉଡକୁ ଆସିଥିବା ଅନେକ ଯୁବତୀ ଏହାର ଶିକାର ହୋଇଛନ୍ତି। କେତେଜଣ ଏନେଇ ମୁହଁ ଖୋଲିଥିଲେ ଆଉ କେତେକ ଚୁପ ରହିଛନ୍ତି। ବହୁ ପୂର୍ବରୁ ବଲିଉଡରେ ଏପରି ଚାଲିଆସୁଛି। ଯାହାର ସାମ୍ନା ଅରିଛନ୍ତି ଭେଟେରାନ୍ ଅଭିନେତ୍ରୀ ନୀନା ଗୁପ୍ତା।

ନୀନାଙ୍କ ଆତ୍ମଜୀବନୀ ‘ସଚ୍‌ କହୁଁ ତୋ’ କିଛିଦିନ ତଳେ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ ସେ ଜୀବନର ବହୁ ଘଟଣା ସଂପର୍କରେ ଉଲ୍ଲେଖ କରିଥିବା ବେଳେ ନିଜେ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ଲେଖିଛନ୍ତି। ସେ ଲେଖିଛନ୍ତି ବହୁ ବର୍ଷ ପୂର୍ବେ ତାଙ୍କ ନିକଟକୁ ଜଣେ ସାଉଥ୍‌ ଫିଲ୍ମ ପ୍ରଡ୍ୟୁସରଙ୍କ ଫୋନ୍‌ ଆସିଥିଲା। ସେ ତାଙ୍କ ସହିତ ସାକ୍ଷାତ କରିବାକୁ ଚାଁହୁଥିଲେ। ସେ ହୋଟେଲରେ ପହଞ୍ଚିବା ପରେ ପ୍ରଡ୍ୟୁସର ଜଣଙ୍କ ତାଙ୍କୁ ନିଜ ରୁମ୍‌କୁ ଡାକିଥିଲେ। କିନ୍ତୁ କିଛି ଗଡ଼ବଡ଼ ଥିବା ଆଶଙ୍କା କରିଥିଲେ ମଧ୍ୟ କାମ ଆଶାରେ ସେ ପ୍ରଡ୍ୟୁସରଙ୍କ ରୁମ୍‌କୁ ଯାଇଥିଲେ।

ସେଠାରେ ନୀନା ରୋଲ୍‌ ବିଷୟରେ ପଚାରିବାରୁ ପ୍ରଡ୍ୟୁସର ତାଙ୍କୁ ହୀରୋଇନର ସାଙ୍ଗ ରୋଲ୍‌ ଅଫର କରିଥିଲେ। ମାତ୍ର ଏହା ପସନ୍ଦ ନଆସିବାରୁ ସେ ସେଠାରୁ ଚାଲି ଯିବାକୁ ବାହାରିଥିଲେ। ଏହା ପରେ ପ୍ରଡ୍ୟୁସର ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଏଠାରେ ରାତିରେ ରହିବ ନାହିଁକି ବୋଲି ପଚାରିଥିଲେ। ଏହା ଶୁଣି ତାଙ୍କୁ ଝଟକା ଲାଗିବାରୁ ସେଠାରୁ ପଳାଇ ଆସିଥିବା ନୀନା ନିଜ ବହିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.