Breaking Newsରାଜ୍ୟ

କଟକ ସହରରେ ୧୬ କରୋନା ପଜିଟିଭ୍

ଭୁବନେଶ୍ୱର : କଟକ ଜିଲ୍ଲାରୁ ଆଜି ଚିହ୍ନଟ ୨୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକ ମହାନଗର ନିଗମ ଅଞ୍ଚଳର ୧୬ ଜଣ ରହିଛନ୍ତି। ଏ ମଧ୍ୟରୁ ୧୪ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨ଟି ସ୍ଥାନୀୟ ଅଞ୍ଚଳର। କଟକ ମହାନଗର ନିଗମ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଚିହ୍ନଟଙ୍କ ମଧ୍ୟରେ ଜଣେ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଏଆଇଆର୍ କଲୋନୀର ଓ ଅନ୍ୟ ଜଣଙ୍କ ମଙ୍ଗଳାବାଗ ଅଞ୍ଚଳର। ସେହିପରି ହୋମ୍‌କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟଙ୍କ ମଧ୍ୟରେ ରାଉସପାଟଣା, ଗଣେଶ ଘାଟ, ଗୋପାଳ ସାହି, ବାଲୁ ବଜାର, ବାଦାମବାଡ଼ିର ଶଙ୍କରପୁରର ପରିଡ଼ା ସାହି, ପୁରୀ ଘାଟ ଓ ରାଣୀହାଟ ଅଞ୍ଚଳର ବାସିନ୍ଦା ରହିଛନ୍ତି। ଆଜିର ୧୬ଜଣଙ୍କୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୦୦ ଜଣ ସୁସ୍ଥ ହୋଇଥିବା ବେଳେ ୧୪୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।

Back to top button